Latest Odisha News

ଏହି ଦେଶରେ ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରକୁ ଆସିଥାଏ

ବେଜିଂ: ସାପକୁ ନେଇ ବ୍ୟାପାର । କଥାଟା ଅଡୁଆ ଓ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ବୋଧହୁଏ ଚୀନ ଏକମାତ୍ର ଦେଶ ଯେଉଁଠାରେ ସବୁ କିଛି ବିକ୍ରି ହୋଇଥାଏ । ରିପୋର୍ଟ ମୁତାବକ ଚୀନର ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରରେ ବିକ୍ରି ହୋଇଥାଏ । ଆମେ ଯେପରି ଖାଦ୍ୟ ପଦାର୍ଥ ଅମଳ କରିଥାଏ ଚୀନରେ ସେଭଳି ସାପ ଚାଷ କରାଯାଇଥାଏ କହିଲେ ଭୁଲ ହେବନି । ଏଥିରେ କିଙ୍ଗ କୋବ୍ରା, ୱାଇପର ଓ ର‌୍ୟାଟେଲ ସ୍ନେନ କରି ବିଷଧର ସର୍ପ ରହିଥାନ୍ତି । ସାପକୁ ଖାଦ୍ୟ ଭାବେ ବ୍ୟବହାର କରିବାଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପାରିକ ଚିକିତ୍ସାରେ ଏହାକୁ କାର୍ଯ୍ୟରେ ଲଗା ଯାଇଥାଏ । ଯାହା ମାଧ୍ୟମରେ କୋଟି କୋଟି ଟଙ୍କା ଆୟ ହୋଇଥାଏ ।

ଜିସିକିୟାଓ ନାମକ ଗ୍ରାମରେ ବିଶେଷ କରି ଏହି ଚାଷ କରାଯାଇଥାଏ । କାଠ ଓ କାଚର ଛୋଟ ଛୋଟ ଡବାରେ ସାପକୁ ପାଳନ କରାଯାଇଥାଏ । ୧୭୦ ପରିବାର ଏଥିରେ ସମ୍ପୂର୍ଣ୍ଣ ଭାବେ ନିୟୋଜିତ ହୋଇଥାନ୍ତି । ପୂର୍ବରୁ ଭିଏତନାମ ଲୋକମାନେ ଏହି ବ୍ୟବସାୟ କରୁଥିଲେ । ସେଠାରେ ମଧ୍ୟ ବଡ ବଡ ସାପର ବଗିଚା ଦେଖିବାକୁ ମିଳୁଥିଲା । ସେଠାରେ ମଧ୍ୟ ବିଭିନ୍ନ ପ୍ରକାର ଔଷଧ ତିଆରିରେ ଏହାକୁ ବ୍ୟବହାର କରାଯାଉଥିଲା ।

Leave A Reply

Your email address will not be published.