ଅନୁଗୋଳ: ବାଡ଼ିରେ ଏମେତେଣେ ବୁଲୁବୁଲୁ ବିଅର୍ କେନରେ ମୁଣ୍ଡ ପୂରାଇ ଦେଲା ଢମଣା ସାପ । ଛଟପଟ ହେଉଥିଲା । ଲୋକ ଦେଖି ସ୍ନେକ ହେଲପ ଲାଇନ ସଦସ୍ୟକୁ ଖବର ଦେଲେ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗଡ଼ିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଗାଁର ଉମାକାନ୍ତ ବେହେରାଙ୍କ ବାଡିରେ ପଡ଼ିଥିବା ଏକ ବିଅର୍ କେନ୍ ଭିତରେ ମୁଣ୍ଡ ପୂରାଇ ଦେଇଥିଲା ଢମଣା ସାପ ।

ସାପଟି ବିଅର୍ କେନ୍ ଭିତରୁ ଆଉ ମୁଣ୍ଡକୁ ବାହାର କରି ପାରି ନଥିଲା । ଏପଟ ସେପଟ ହୋଇ ଭାରି କଷ୍ଟ ପାଉଥିଲା । ଘଟଣା ସମ୍ପର୍କରେ ଖବର ପାଇଁ ପହଞ୍ଚିଥିଲେ ସ୍ନେକ ହେଲପ ଲାଇନ୍ ସଦସ୍ୟ ହିମାଂଶୁ ଶେଖର ଦେହୁରୀ । ବେଶ ସତର୍କତାର ସହ ଆରମ୍ବ କରିଥିଲେ ଉଦ୍ଧାର କାମ । ଏକ କଇଁଚି ଜରିଆରେ ପ୍ରଥମେ ବିଅର କେନକୁ ଧିରେ ଧିରେ କାଟିଥିଲେ ।

ପରେ ମୃତ୍ୟୁ ଫାଶରୁ ମୁକୁଳି ଥିଲା ଢମଣା । ତେବେ ସୌଭାଗ୍ୟବଶତଃ ସାପ ବେକରେ କୌଣସି ପ୍ରକାର ଆଘାତ ଲାଗିନଥିଲା । ଏହି ସାପ ଲମ୍ବ ପାଖାପାଖ୍ ସାଢ଼େ ୫ ଫୁଟ ହେବ । ତାକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ ହିମାଂଶୁ ଦେହୁରୀ ।
BREAKING NEWS
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
- “Rahul Gandhi ‘urban naxal'”: ରାହୁଲଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ, କହିଲେ, ‘ନକ୍ସଲ… ନିର୍ବୋଧ ରାଜକୁମାର…’
- ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ଜବତ, ଦୁଇ ଗିରଫ
- ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶ ଘୋଷିତ
Comments are closed.