ଗଜପତି: ରାୟଗଡ଼ ବ୍ଲକ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଉଦ୍ଧାର ହୋଇଛି ୨୦ ଫୁଟ ଲମ୍ବର ଅହିରାଜ। ଗତକାଲି ରାତିରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କରିଛନ୍ତି। ସ୍କୁଲର କ୍ଲାସରୁମ ଭିତରକୁ ପଶି ଆସିଥିଲା ଅହିରାଜ। ଉଦ୍ଧାର ସାପକୁ ଜଙ୍ଗଲରେ ଛଡାଯାଇଛି ।
ସୂଚନା ଅନୁସାରେ କିଛି ଦିନ ହେବ ବିଦ୍ୟାଳୟ ପରିସରରେ ଉକ୍ତ ସାପଟି ବୁଲାବୁଲି କରୁଥିବା ବେଳେ ତାକୁ କେହି ଧରି ପାରୁନଥିଲେ। ଗତକାଲି ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଥିବା ଷଷ୍ଠ ଶ୍ରେଣୀ ଗୃହକୁ ସାପଟି ପଶି ଆସିଥିବା ବେଳେ ସେଠାକାର କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରେଣୀଗୃହର କବାଟ ବନ୍ଦ କରିଦେଇଥିଲେ ଫଳରେ ସାପଟି ବାହାରକୁ ବାହାରି ପାରି ନଥିଲା। ସାପକୁ ଦେଖି ବିଦ୍ୟାଳୟ କତ୍ତୃପକ୍ଷ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଜଣାଇଥିଲେ।
ସାପଟି ଉକ୍ତ ଶ୍ରେଣୀଗୃହରେ ପ୍ରାୟ ତିନି ଘଣ୍ଟା ଧରି ବନ୍ଦ କୋଠରୀ ଭିତରେ ରହିଥିଲା। ଗଞ୍ଜାମ ଜିଲ୍ଲାରୁ ସ୍ନେକ ହେଲ୍ପଲାଇନର ଦୁଇ ଜଣ ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିବା ଜଣାପଡ଼ଛି। ସାପଟିକୁ ଉଦ୍ଧାର କରିବା ପାଇଁ ସେମାନଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ପ୍ରାୟ ଅଧ ଘଣ୍ଟା ପରେ ସାପଟି ଧରାପଡ଼ିଥିଲା। ଏହି ୨୦ ଫୁଟ ଲମ୍ବାର ଅହିରାଜକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ପ୍ରବଳ ଗହଳି ଜମାଇଥିଲେ।
Comments are closed.