Latest Odisha News

ରେଭ ପାର୍ଟିରେ ସାପ ବିଷ ମାମଲା, ଆସିଲା FSL ରିପୋର୍ଟ

ନୋଏଡା: ବଢିଲା ବିଗ୍ ବସ୍ ଫେମ୍ ଏଲଭିସ୍ ଯାଦବଙ୍କ ସମସ୍ୟା । ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ପ୍ରସଙ୍ଗରେ ଏକ ବଡ ଖୁଲାସା ହୋଇଛି। ନୋଏଡା ପୋଲିସ ଏହାର ନମୁନାକୁ ଜୟପୁର FSL ସେଣ୍ଟରକୁ ଯାଞ୍ଚ ପାଇଁ ପଠାଇଥିଲା। ବର୍ତ୍ତମାନ ଏହି ରିପୋର୍ଟ ପ୍ରକାଶ ପାଇଛି । FSL ରିପୋର୍ଟରେ କୋବ୍ରା କ୍ରାଇଟ୍ ପ୍ରଜାତିର ଏକ ସାପର ବିଷ ଦେଖିବାକୁ ମିଳିଛି ।

ସେକ୍ଟର ୪୯ ପୋଲିସ ଷ୍ଟେସନରେ ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସହ ତାଙ୍କର କିଛି ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ଏନଜିଓ ପିଏଫଏ ଦ୍ୱାରା ଏଲଭିଶ ଯାଦବଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯାଇଥିଲା । ବିଗ୍ ବସ୍ ବିଜେତା ଏଲଭିଶ ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ଏବଂ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅନ୍ୟ ମାନଙ୍କୁ ପୋଲିସ ଜେଲକୁ ପଠାଇଥିଲା। ସେମାନଙ୍କଠାରୁ ଉଦ୍ଧାର ହୋଇଥିବା ସାପ ବିଷକୁ FSL ଲ୍ୟାବକୁ ପଠାଯାଇଥିଲା |

ନୋଏଡାରେ ସାପ ଚୋରା ଚାଲାଣ ଏବଂ ରେଭ ପାର୍ଟି ମାମଲାରେ ଧୀରେ ଧୀରେ ତଦନ୍ତ ଆଗକୁ ବଢୁଛି । ଗତ ବର୍ଷ ନଭେମ୍ବରରେ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପରେ ନୋଏଡା ପୋଲିସ ସେମାନଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲେ। ଏହି ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ ଅନେକ ତଥ୍ୟ ଦେଇଥିଲେ।

 

Comments are closed.