Latest Odisha News

ଭାଷା ଭାଗବତ : ସହଯୋଗ ବଳେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

ଏକାଂତ ନିରବ ସାଧନା

କରିବା ଧାରା ଯଦି ଜଣା

ନାହିଁ ବାଧା କି ଅସୁବିଧା

ନିଜର ନିବାସ ବସୁଧା

 

ଭାଷାକୁ ନ କଲେ ବିଶୁଦ୍ଧ

ଭାବନା ହୁଏ ଅବରୁଦ୍ଧ

ଭାବନା ହୁଏ ଯେବେ କୃତି

ଘଟଇ ସକଳ ଉନ୍ନତି

 

ଯାହାଂକ ଯେଉଁପରି ମତି

ସେ ଯଦି ତାହା ହିଁ କରଂତି

ବାଧା, ନିଷେଧ କିଛି ନାହିଁ

ଅଯଥା ଦୁଶ୍ଚିଂତା କିପାଇଁ

 

ଚଳିଲେ ଯେ ଯା ବାଟ ଧରି

ଶୃଂଖଳା ନୁହେ ଦରକାରୀ

କେହି କାହାକୁ ନିୟଂତ୍ରଣ

କରିବା ନୁହେ ସମୀଚୀନ

 

ସଭିଂକୁ ମିଳେ କର୍ମଫଳ

ଅଲୋଡ଼ା ବିବାଦ, କଂଦଳ

ଏପରି ସହଯୋଗ ବଳେ

ଭାଷା ବିଶୁଦ୍ଧ ହୋଇ ଚଳେ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.