Latest Odisha News

SBI ଷ୍ଟ୍ରଙ୍ଗ ରୁମରେ ନାଗ ସାପ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ବ୍ୟାଙ୍କ ଭିତରେ ନାଗ ସାପ । ଏସବିଆଇ ଷ୍ଟ୍ରଙ୍ଗ ରୁମ ଭିତରେ ଥିଲା । ଟଙ୍କା ଆଣିବାକୁ ଯିବା ବେଳେ ଦେଖିଲେ କର୍ମଚାରୀ । ରାଜଧାନୀରେ ଏମିତି ଘଟଣା ସାମନାକୁ ଆସିଛି । ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ ଏଣ୍ଡ ମେଟେରିଆଲ୍ ଟେକ୍ନୋଲୋଜି ବା ଆଇଏମଏମଟି ପରିସରରେ ଥିବା ଏସବିଆଇ ଶାଖାର ଷ୍ଟ୍ରଙ୍ଗ ରୁମରେ ବୁଲୁଥିଲା ସାପ ।

ଆଜି ସକାଳୁ ବ୍ୟାଙ୍କ କର୍ମଚାରୀ ଷ୍ଟ୍ରଙ୍ଗ ରୁମକୁ ଖୋଲିଥିଲେ । ସେତେବେଳେ ଗୋଟିଏ ହଳଦିଆ ରଙ୍ଗର ସାପ ଭିତରେ ଥିବା ଦେଖିଥିଲେ । ଏହାପରେ ସ୍ନେକ ହେଲପ ଲାଇନକୁ ଖବର ଦେଇଥିଲେ ବ୍ୟାଙ୍କ କର୍ମଚାରୀ । ଘଟଣାସ୍ଥଳରେ ପହଞ୍ଚିଥିଲେ ସ୍ନେକ ହେଲପ ଲାଇନ ପ୍ରତିଷ୍ଠାତା ଶୁଭେନ୍ଦୁ ମଲ୍ଲିକ ।

୧୦ ମିନିଟ ଯାଏଁ ଖୋଜାଖୋଜି କରିବେ ପରେ ଧରା ଦେଇ ନଥିଲା ସାପ । ଟଙ୍କା ରହୁଥିବା ଆଇରନ୍ ଚେଷ୍ଟ ତଳେ ଲୁଚିଥିଲା ନାଗ ସାପ । ଜଣେ ବ୍ୟାଙ୍କ କର୍ମଚାରୀ ପ୍ଲାଷ୍ଟିକ ପାଇପରେ ଠେଲିବା ପରେ ବାହାରକୁ ବାହାରିଥିଲା ।

ଏହାପରେ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ଶୁଭେନ୍ଦୁ ମଲ୍ଲିକ । ପାଖାପାଖି ୨୦ ମିନିଟ ଧରି ରେସକ୍ୟୁ ଅପରେସନ୍ । ଏହାପରେ ବ୍ୟାଙ୍କରେ ସ୍ୱାଭାବିକ ହୋଇଥିଲା କାରବାର ।
ଦେଖନ୍ତୁ ଭିଡିଓ

Leave A Reply

Your email address will not be published.