Latest Odisha News

ଚୀନର ସୁଖୋଇ ବିମାନ ଖସାଇଲା ତାଇୱାନ, ବିବାଦ ଘନେଇଲା !

ବେଜିଂ: ଦକ୍ଷିଣ ଚୀନ ସାଗର ସୀମା ବିବାଦ ନେଇ ଚୀନ ଓ ତାଇୱାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଶୁକ୍ରବାର ଚୀନର ଏକ ସୁଖୋଇ ବିମାନ ତାଇୱାନ ସୀମାରେ ପ୍ରବେଶ କରିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ଖସାଇ ଦିଆଯାଇଛି । ସୋସିଆଲ ସାଇଟରେ ଏହି ଖବର ଭାଇରାଲ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ କେହି ଏ ନେଇ ସ୍ପଷ୍ଟୀକରଣ ଦେଇ ନାହାନ୍ତି ।

ଆମେରିକାର ମିସାଇଲ ତାଇୱାନ ବ୍ୟବହାର କରି ଖସାଇଥିବାରୁ ଚୀନ ବଡ ପଦକ୍ଷେପ ନେଇପାରେ ବୋଲି ଆଶା କରାଯାଉଛି । ଆମେରିକା ନିମିଜ ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ ସାଗରରେ ନିୟୋଜିତ କରିଛି । ତାଇୱାନ ଏବଂ ଅନ୍ୟ ଛୋଟ ଛୋଟ ଦେଶଗୁଡିକ ସହ ରହି ଆମେରିକା ଚୀନକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ।

Leave A Reply

Your email address will not be published.