Latest Odisha News

BREAKING NEWS

ବିନା ଭକ୍ତରେ ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ସ୍ନାନ ମଣ୍ଡପରେ ପ୍ରଥମ ଥର ଲାଗି ବିନା ଭକ୍ତରେ ଶ୍ରୀଜୀଉ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କର ଏହି ପବିତ୍ର ଗଜାନନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ଏହି ସୁନ୍ଦର ବେଶକୁ କୋଟି କୋଟି ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ଯାହା ଦର୍ଶନ କରିଛନ୍ତି । ଦର୍ଶକ ଭାବ ବିହ୍ୱଳ ହୋଇ ପଡ଼ିଛନ୍ତି । କରୋନା ମହାମାରୀ ସମୟରେ ସମସ୍ତ କଟକଣାକୁ ପାଳନ କରିବା ପୂର୍ବକ ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି ।

ଶ୍ରୀଜୀଉମାନେ ୧୦୮ ସୁବାସିତ ଶୀତଳ ଜଳରେ ସ୍ନାନ କରିବା ପରେ ହାତୀ ବେଶରେ ସଜ୍ଜିତ ହୋଇଛନ୍ତି ।
ପୁରୀରେ ଆଜି ବିନା ଭକ୍ତରେ ଏହି ପ୍ରସିଦ୍ଧ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି । ସମ୍ପୂର୍ଣ୍ଣ ପୂରୀ ସହର ଖାଁ ଖାଁ ଲାଗୁଛି କାରଣ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହୋଇଛି । । ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି ।

ପୂର୍ବରୁ ସ୍ଥିରୀକୃତ ହୋଇଥିବା ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟା ୨୫ରେ ମଙ୍ଗଳାର୍ପଣ ଅନୁଷ୍ଠିତ ହୋଇଥିଲା । ତତପରେ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲ । । ମଦନ ମୋହନ ଭୋର୍ ୩ଟା ୪୦ରେ ବିଜେ କଲେ । ମଙ୍ଗଳାରତି ୪ଟା ୨୦ରେ, ମଇଲମ ଓ ତଡ଼ପଲାଗି ୪ଟା ୩୫ରେ ଅନୁଷ୍ଠିତ ହୋଇଥିଲା । ସେହିପରି ଭାବେ ଅଧର ପୋଛା ୪ଟା ୫୦, ଅବକାଶ ଶେଷ ୫ଟା ୩୦ରେ ଶେଷ ହୋଇଥିଲା । ସକାଳ ୯ଟା ୩୦ ମଧ୍ୟରେ ଜଳାଭିଷେକ କରାଯାଇ ସ୍ନାନ ବିଧି ସମ୍ପନ୍ନ କରାଯାଇଥିଲା ।

ଆଜି ଦେବସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପୁରୀ ସହରରେ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ୩୮ ପ୍ଲାଟୁନ୍ ଫୋର୍ସ ଏବଂ ୨୨୮ ପୋଲିସ ଅଫିସରମାନଙ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି କରାଯାଇଥିିବା ବେଳେ ବିଭିନ୍ନ କଳିକନ୍ଦିକୁ ସିଲ୍ କରିଦିଆଯାଇଛି ।

Leave A Reply

Your email address will not be published.