Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ପଚାରିଲେ “ସାର୍ ! ଆପଣ ଖୁସି ତ?”, ଉତ୍ତରରେ ନବୀନ କ’ଣ କହିଲେ ଜାଣନ୍ତୁ…

ଭୁବନେଶ୍ୱର: ଆଜି ଥିଲା ଓଡ଼ିଶା ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଏହି ପ୍ରଥମ ଦିନ ଗୃହ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ରହିଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଏକ କଥାଛଳରେ “ସାର୍ ! ଆପଣ ଖୁସି ତ?” କହିବା ପରେ ଗୃହରେ କିଛି ସମୟ ଲାଗି ହାସ୍ୟରୋଳ ହୋଇଥିଲା ।

ନବୀନ ଆଜି ବିଧାନସଭା ଗୃହରେ ପ୍ରବେଶ କରିବା ମାତ୍ରେ ତାରା ତାଙ୍କୁ କହିଥିଲେ, “ସାର୍ ଆପଣ ଖୁସି ତ?”

ନବୀନ ମଧ୍ୟ ତାରାଙ୍କୁ ଉତ୍ତର ଦେଇ ତୁରନ୍ତ କହିଥିଲେ, “ମୁଁ ବହୁତ ଖୁସି” ।

ପରେ ଗଣମାଧ୍ୟମରେ ଏକ ପ୍ରଶ୍ନର ଉତ୍ତରଦେଇ ତାରା କହିଥିଲେ, ମୁଖ୍ୟମନ୍ତ୍ରୀ ଗୃହରେ ପ୍ରବେଶ କରିବା ମାତ୍ରେ ସେ ମନ ଦୁଃଖରେ ଥିବା ଭଳି ଦେଖାଯାଉଥିଲେ । ତେଣୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏକଥା ପଚାରିଦେଲି । ଏଥିରେ ମୋର ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ତାରା କହିଛନ୍ତି ।

ଏହା ଉଲ୍ଲେଖ୍ୟ କି, ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ଷ୍ଟାଡ଼ିୟମରେ ନବୀନ ଦର୍ଶକଙ୍କ ଉଦ୍ଦେଶ୍ୟରେ କହୁଥିଲେ, ଆପଣମାନେ ଖୁସି ତ? ସେତେବେଳେ ହଜାର ହଜାର ଦର୍ଶକ ଏକସ୍ୱରରେ କହୁଥିଲେ, ହଁ ମୁଁ ବହୁତ ଖୁସି ।

ଗତ ନିର୍ବାଚନରେ ମଧ୍ୟ ନବୀନ ସମସ୍ତ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ପଚାରୁଥିଲେ ଆପଣମାନେ ଖୁସି ତ? ନବୀନଙ୍କ ବିଜୁ ଜନତା ଦଳ ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ପରେ ଲଗାତର ୫ମଥର ଲାଗି ଶାସନ କ୍ଷମତାରେ ରହିବାର ସୌଭାଗ୍ୟ ଅର୍ଜନ କରିଛି ।

Comments are closed.