Latest Odisha News

BREAKING NEWS

ଓ୍ବାୟନାଡ ଗଲା ‘ଷ୍ଟର୍ମ’, ମାଟି ତଳେ ଖୋଜିବ ଜୀବନ

ବ୍ରହ୍ମପୁର: କେରଳରେ ପ୍ରକୃତି ଯେଉଁ ତାଣ୍ଡବ ରଚିଛି ସେଥିରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏଯାବତ ୩୬୦ ଜଣଙ୍କର ମୃତ୍ୟୁ ହେଲାଣି । ମାଟିତଳେ ପାଖାପାଖି ଆହୁରି ୧୦୦ ଜୀବନ ଫସିରହିଥିବା ସନ୍ଦେହ କରାଯାଉଛି । ସେଥିପାଇଁ ଭାରତୀୟ ସେନା ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ।

ତେବେ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହେବାକୁ ଓଡିଶା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’ ଓ୍ବାୟନାଡ ଯାଇଛି । ଷ୍ଟର୍ମ ସହିତ ଜଣେ ଏସ୍‌ଆଇ, ଦୁଇ ଏଏସ୍‌ଆଇ, ଟ୍ରେନର ଓ ଅନ୍ୟଜଣେ କର୍ମଚାରୀ ଯାଇଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତେବେ କେରଳର ଏଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ସାହାର୍ଯ୍ୟ କରିବାକୁ ତାଲିମପ୍ରାପ୍ତ ଷ୍ଟର୍ମକୁ ଚୟନ କରାଯାଇଛି । ତେବେ ଷ୍ଟର୍ମ ଯେ କେବଳ ଜଣେ ସନ୍ଧାନୀ କୁକୁର ତାହା ନୁହେଁ ଏହାକୁ ଉଦ୍ଧାର କାର୍ଯ୍ୟର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ତେଣୁ ଷ୍ଟର୍ମକୁ ଏଥିପାଇଁ ଚୟନ କରାଯାଇ କେରଳ ପଠାଯାଇଛି ।

ତେବେ ପୂର୍ବରୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ତାମିଲନାଡୁର ଓ କେରଳ ପୋଲିସଙ୍କ ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତି । ଏହା ସହିତ ବାୟୁସେନା, ନୌସେନା ଏବଂ ସ୍ବତନ୍ତ୍ର ଡ୍ରୋନ ଯୋଗେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

Comments are closed.