Latest Odisha News

ପୁରୁଷଙ୍କ ଆକ୍ରମଣାତ୍ମକ ମନୋବୃତିକୁ ହ୍ରାସ କରିଥାଏ ମହିଳାଙ୍କ ଲୁହ: ରିପୋର୍ଟ

ଜଣେ ମହିଳାଙ୍କ ଲୁହ ପୁରୁଷଙ୍କୁ ଦୁର୍ବଳ କରିଥାଏ ବୋଲି ଧାରଣା ରହିଛି । ତେବେ ଏ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ହସ୍ତଗତ ହୋଇ ନ ଥିଲା । ନିକଟରେ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ସମ୍ଭବ ବୋଲି କହିଛନ୍ତି । ପୂର୍ବରୁ ଏହାକୁ ଏକ ମନୋବୈଜ୍ଞାନିକ ଧାରଣର ବୋଲି ବିବେଚନା କରାଯାଉଥିଲା । ଇସ୍ରାଏଲର ବେଇଜମାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସର ବୈଜ୍ଞାନିକ ଶୀନ ଏଗ୍ରୋନଙ୍କ ତାଙ୍କର କିଛି ସହଯୋଗୀଙ୍କୁ ନେଇ ଏହା ଉପରେ ଗବେଷଣା କରିଥିଲେ । ଏଥିରେ ସେ ପାଇଲେ ଯେ, ମହିଳାଙ୍କ ଲୁହକୁ ଆଘ୍ରାଣ କଲେ ପୁରୁଷ୍ରୁ ଆକ୍ରମଣାତ୍ମକ ମନୋବୃତି କମି ଯାଉଥିଲା । ମସ୍ତିଷ୍କ ଏଥିପାଇଁ ଏକପ୍ରକାର ନିର୍ଦ୍ଦେଶ ଦେଉଥିଲା । ପୂର୍ବରୁ ପଶୁ ପକ୍ଷୀଙ୍କ କ୍ଷେତ୍ରରେ ଏହା ସମ୍ଭବ ବୋଲି ବିବେଚନା କରାଯାଉଥିଲା ।

ଏହାର ଆହୁରି ସତ୍ୟତା ପାଇଁ ବୈଜ୍ଞାନିକମାନେ କିଛି ଜଣ ପୁରୁଷଙ୍କୁ ନେଇ ଏକ ପରୀକ୍ଷଣ କରିଥିଲେ । ଏଥିରେ କେତେଜଣଙ୍କୁ ମହିଳାଙ୍କ ଲୁହ ଶୁଂଘା ଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ସେହି ପୁରୁଷମାନଙ୍କ କ୍ଷେତ୍ରରେ ୪୦ ପ୍ରତିଶତ ଆକ୍ରମଣାତ୍ମକ ମନୋବୃତି କମ ପରିଲକ୍ଷିତ ହୋଇଥିଲା । ତେବେ ଏହା ଉପରେ ଆହୁରି ଗବେଷଣା କରାଯିବା ପରେ ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି ।

Comments are closed.