Latest Odisha News

BREAKING NEWS

କ୍ୱାଲାଲୁମ୍ପୁରରେ ବିଶ୍ୱ ଡେଣ୍ଟାଲ୍ ସମ୍ମିଳନୀ: ସମ୍ମାନିତ ହେଲେ ସୋଆ ଡେଣ୍ଟାଲ୍ ଡିନ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନସେସର ଡିନ୍ ପ୍ରଫେସର ନୀତା ମହାନ୍ତି ବେଷ୍ଟ ଡେଣ୍ଟାଲ୍ ଆଡମିନିଷ୍ଟ୍ରେଟର୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ପ୍ରଫେସର ମହାନ୍ତିଙ୍କୁ ମାଲେସିଆର କ୍ୱାଲାଲୁମ୍ପୁର ଠାରେ ଅନୁଷ୍ଠିତ ବିଶ୍ୱ ଡେଣ୍ଟାଲ୍ ସମ୍ମିଳନୀରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

କ୍ୱାଲାଲୁମ୍ପୁରର ପୁଟ୍ରା ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର୍ ଠାରେ ଆୟୋଜିତ ଏହି ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଫେସର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଆଇଡିଏସର ଡିନ୍ ଭାବେ ତାଙ୍କ ଅବଦାନ ନିମନ୍ତେ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲେସିଆର ସ୍ୱାସ୍ଥ୍ୟ ମନ୍ତ୍ରୀ ୱାଇବି ଡାକୁଟ ସେରି ଡଃ ହାଜି ଜୁଲକେଫ୍ଲି ଅହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀର ଥିମ୍ ରହିଥିଲା “ଦନ୍ତବିଦ୍ୟାର ଭବିଷ୍ୟତ ପନ୍ଥା” । ପ୍ରଫେସର ମହାନ୍ତି ‘ଦନ୍ତବିଦ୍ୟାର ଜ୍ଞାନ ଏବଂ ଏହାର ପ୍ରୟୋଗ’ ସମ୍ପର୍କରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଯାହାକି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରତିନିଧିମାନେ ଖୁବ୍ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.