Latest Odisha News

BREAKING NEWS

ଦେଖନ୍ତୁ ଭିଡିଓ; କିପରି ହାତରେ ମଦ ବୋତଲ ଧରି ନାଚୁଛନ୍ତି କଳିଯୁଗର ରାବଣ

ଭୁବନେଶ୍ୱର: ସାରାଦେଶରେ ଦଶହରା ପର୍ବ ଖୁବ ଧୁମଧାମରେ ପାଳନ କରାଯାଇଛି । ମାଆଙ୍କୁ ମେଲାଣି ସହ ପ୍ରାୟତଃ ସମସ୍ତ ସ୍ଥାନରେ ରାବଣପୋଡି ମଧ୍ୟ ଖୁବ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି ।

ଅଧର୍ମ ଉପରେ ଧର୍ମ ଓ ସତ୍ୟ ଉପରେ ଅସତ୍ୟର ବିଜୟକୁ ବଜାଇ ରଖିବା ପାଇଁ ପ୍ରତିବର୍ଷ ଆମେ ବିଜୟାଦଶମୀ ପାଳନ କରିଥାଉ । ପ୍ରତିବର୍ଷ ଏହି ଦିନରେ ରାବଣର କୁଶପୁତ୍ତଳିକା ଦାହ କରାଯାଏ ।

ରାବଣ ପୋଡିରେ ତ ଆପଣମାନେ ନିହାତି ରାବଣ ଦେଖିଥିବେ, ତାହାବି ତ୍ରେତୟା ଯୁଗର। ଯାହାକୁ ଆଜି ଯାଏଁ ଆମ୍ଭେମାନେ ପୋଡି ଆସୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖାଇବୁ କଳିଯୁଗର ରାବଣ । ତ୍ରେତୟା ଯୁଗର ରାବଣ ମାତା ସୀତାଙ୍କୁ ସ୍ପର୍ଶ କରିନଥିବା ବେଳେ ଏଯୁଗର ରାବଣ ସୁରାପାନ କରି ଯୁବତୀଙ୍କ ମେଳରେ କିପରି ନାଚୁଛନ୍ତି ଦେଖନ୍ତୁ ।

ତେବେ ରାବଣଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାବଣ ବେଶରେ ଏକ ବ୍ୟକ୍ତି ମଦ ପିଇ ମହିଳା ମାନଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳିଛି ।

ଏହି ଭିଡ଼ିଓଟି ଟ୍ୱିଟରରେ ପ୍ରଥମେ ପୋଷ୍ଟ ହୋଇଥିଲା । ଏବେ ଏହା ଅନ୍ୟ ସମସ୍ତ ସୋସିଆଲ ମିଡିଆରେ ଛାଇ ଗଲାଣି ।

ଏହି ଭିଡିଓ କେବେକାର ଏବଂ କେଉଁଠି ଘଟିଛି ସେ ନେଇ କୌଣସି ସତ୍ୟତା ଜଣାପଡିନଥିଲେ ମଧ୍ୟ ଲୋକମାନେ ଏଥିରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.