Latest Odisha News

BREAKING NEWS

ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଆନ୍ତର୍ଜାତିକ କର୍ମଶାଳା

ଭୁବନେଶ୍ୱର: ନାନୋମାଟେରିଆଲ୍ସ ସମ୍ପର୍କରେ ସୋଆରେ ଏକ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଯାଇଛି।

ପରିବେଶକୁ ସ୍ୱଚ୍ଛ ରଖିବା ଏବଂ କାର୍ବନ୍ ଫୁଟ୍ପ୍ରିଂଟକୁ କମାଇବା ସହ ଶକ୍ତି ସଂଚୟ ବୃଦ୍ଧି କରିବା ପାଇଁ ନାନୋମାଟେରିଆଲ୍ ବିଭିନ୍ନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ପ୍ରଚ୍ଛଦପଟ୍ଟରେ ଏହି ଦିଗରେ ସଦ୍ୟତମ ଗବେଷଣା ସମ୍ପର୍କରେ ଆଲୋଚନା କରିବା ପାଇଁ ବିଶ୍ୱସ୍ତରର ବିଶେଷଜ୍ଞମାନେ ସୋଆ ବିଶ୍ୱବିଦ୍ୟାଳୟରେ ଏକତ୍ର ହୋଇଛନ୍ତି ।

ସୋଆ ଦ୍ୱାରା ଆୟୋଜିତ “ନାନୋମାଟେରିଆଲ୍ସ ଫର ଏନର୍ଜି, ଏନଭାଇରମେଂଟ ଆଣ୍ଡ ସଷ୍ଟେନାବିଲିଟି” ଶୀର୍ଷକ ତିନି
ଦିନିଆ ଆନ୍ତର୍ଜାତିକ କର୍ମଶାଳାରେ ଯୋଗ ଦେବା ନିମନ୍ତେ ବିଭିନ୍ନ ଦେଶର ପ୍ରଫେସର, ବୈଜ୍ଞାନିକ ଏବଂ ଗବେଷକ
ଏକତ୍ରିତ ହୋଇଛନ୍ତି ।

ନାନୋମାଟେରିଆଲ୍ସ ଟାର୍ଗେଟେଡ୍ ଡ୍ରଗ୍ ଡେଲିଭରି ଏବଂ ଫାବ୍ରିକେସନ୍ ଅଫ୍ ବାୟୋଲୋଜିକାଲ୍ ଗ୍ୟାଜେଟ୍ସ ଭଳି
ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆପ୍ଲିକେସନ୍ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା କହିଛନ୍ତି ସୋଆର ସେଂଟର
ଫର୍ ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲୋଜିର ନିର୍ଦ୍ଦେଶକ ତଥା ସମ୍ମିଳନୀର କନ୍ଭେନର୍ ପ୍ରଫେସର କୁଳମଣି
ପରିଡ଼ା ।

ପ୍ରଫେସର ପରିଡ଼ା କହିଥିଲେ, ସ୍ୱଚ୍ଛ ଏବଂ ଶକ୍ତିର ନବୀକରଣ ନିମନ୍ତେ ନାନୋମାଟେରିଆଲ୍ସ ଉପରେ ଗବେଷଣା
ଅଧିକ କରିବା ପାଇଁ ଦାବି ହେଉଛି । ଆହୁରି ମଧ୍ୟ ଫୋଟୋକାଟାଲିସିସ୍ ଏପରି ଏକ ସବୁଜ ପ୍ରକ୍ରିୟା ଯାହା ଦ୍ୱାରା
କି ନାନୋମାଟେରିଆଲ୍ସ  ସୌର ଶକ୍ତିକୁ ଜଳ ବିଭାଗୀକରଣ ଦ୍ୱାରା ସ୍ୱଚ୍ଛ ହାଇଡ୍ରୋଜେନ୍ ଶକ୍ତିରେ ପରିଣତ
କରିପାରିବ ।

କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ
(ଆଇଆଇଏସ୍ଇଆର୍), କୋଲକାତାର ନିର୍ଦ୍ଦେଶକ ପ୍ରଫେସର ସୌରଭ ପାଲ୍ ଏବଂ ହାଇଦ୍ରାବାଦ ସ୍ଥିତ ସିଏସ୍ଆଇଆର୍
ପଲିଟେକ୍ନିକ୍ ସେଂଟରର ପୂର୍ବତନ ବୈଜ୍ଞାନିକ ତଥା ଇନ୍ଚାର୍ଜ ପ୍ରଫେସର ବି. ଆର୍ ସଂତ ବକ୍ତବ୍ୟ ରଖିଥିଲେ ।

ସମ୍ମିଳନୀରେ ନାନୋମାଟେରିଆଲ୍ସର ସିନ୍ଥେସିସ୍ର ନୂଆ ଡିଜାଇନ୍ ଏବଂ ପ୍ରୋଟୋକଲ୍, ଷ୍ଟ୍ରକ୍ଚରାଲ୍, ଅପ୍ଟିକାଲ୍ ଆଣ୍ଡ
ଇଲେକ୍ଟ୍ରୋନିକ୍ କ୍ୟାରାକ୍ଟରାଇଜେସନ୍ ଅଫ୍ ନାନୋ-ଷ୍ଟ୍ରକ୍ଚରଡ୍ ମ୍ୟାଟେରିଆଲ୍ସ, ଡିଜାଇନିଂ ନାନୋମ୍ୟାଟେରିଆଲ୍ସ
ଫର୍ ସୋଲାର ସେଲ୍ ଆପ୍ଲିକେସନ୍ ଆଣ୍ଡ କନ୍ଭରସନ୍ ଅଫ୍ କାର୍ବନ୍ ଡାଇଅକ୍ସାଇଡ୍ ଇନ୍ଟୁ ଫୁଏଲ୍ସ ଆଣ୍ଡ କେମିକାଲ୍ସ
ସମ୍ପର୍କରେ ଆଲୋଚନା କରାଯାଇଛି ।

ସୋଆର ରେଜିଷ୍ଟ୍ରାର ପ୍ରଫେସର ବି.ବି. ପ୍ରଧାନ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ବେଳେ ଅର୍ଗନାଇଜିଂ ସେକ୍ରେଟାରୀ
ଡଃ ରଶ୍ମି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.