Latest Odisha News

BREAKING NEWS

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ଏସିଆ ୟୁନିଭର୍ସିଟି ୨୦୨୧ ର‌୍ୟାଙ୍କିଙ୍ଗ୍‌ରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) । ବୁଧବାର ଏହି ର‌୍ୟାଙ୍କିଙ୍ଗ ପ୍ରକାଶ ପାଇଥିବା ବେଳେ ସୋଆ ଏଥିରେ ଉଚ୍ଚତର ମାନ୍ୟତା ପାଇଛି ।

ଗତବର୍ଷ ଏହି ର‌୍ୟାଙ୍କିଙ୍ଗ୍‌ରେ ସୋଆ ୪୦୧-୪୫୦ କ୍ୟାଟେଗୋରୀରେ ସ୍ଥାନ ପାଇଥିବା ବେଳେ ଚଳିତବର୍ଷ ୩୫୧ -୪୦୦ ବ୍ରାକେଟ୍‌ରେ ସ୍ଥାନ ପାଇଛି ।

ୟୁନାଇଟେଡ୍ କିଙ୍ଗଡମ୍‌ର କ୍ୱାକ୍‌କ୍ୟୁଆରେଲି ସାଇମଣ୍ଡସ୍ (କ୍ୟୁଏସ୍‌) ଏସିଆନ୍ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ ପ୍ରତିବର୍ଷ ପ୍ରକାଶିତ ହୋଇଥାଏ । ଏସିଆର ୬୫୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥିଲା ।

ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫ୍ୟାକଲ୍ଟି ଛାତ୍ରଛାତ୍ରୀଙ୍କ ଅନୁପାତ, ଆନ୍ତର୍ଜାତିକ ଗବେଷଣା ନେଟୱର୍କ, ପିଏଚ୍‌ଡି ଲାଭ କରିଥିବା ଫ୍ୟାକଲ୍ଟି, ଫ୍ୟାକଲ୍ଟିଙ୍କ ଦ୍ୱାରା ସନ୍ଦର୍ଭ, ଆନ୍ତର୍ଜାତିକ ଫ୍ୟାକଲ୍ଟି, ଓ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଇତ୍ୟାଦି ମାପଦଣ୍ଡକୁ ନେଇ ଏହି ର‌୍ୟାଙ୍କିଙ୍ଗ କରାଯାଇଥାଏ ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌)ରେ ବିଶ୍ୱବିଦ୍ୟାଳୟ ତାଲିକାରେ ଚଳିତବର୍ଷ ସୋଆ ଦେଶରେ ୨୦ ତମ ସ୍ଥାନ ହାସଲ କରିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିସିନ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୩ ତମ ସ୍ଥାନ ଓ ଏହାର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ୩୪ ତମ ସ୍ଥାନ ହାସଲ କରିଛି ।

ସେହିପରି ପ୍ରଥମ ଥର ପାଇଁ ଏହି ର‌୍ୟାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଦେଶରେ ୧୨ତମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.