Latest Odisha News

ତୁଳସୀ ବିବାହକୁ ନେଇ କ’ଣ ରହିଛି ଧାର୍ମିକ ଓ ପୌରାଣିକ ମହତ୍ତ୍ୱ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ। ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ।

ଯେଉଁ ମହିଳାମାନେ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି, ତାଙ୍କୁ ସୌଭାଗ୍ୟ, ସମୃଦ୍ଧି ଓ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।

ସକାଳ ସମୟରେ ତୁଳସୀଙ୍କୁ ଦର୍ଶନ କଲେ ମନରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ।

କିପରି କରାଯାଏ ତୁଳସୀ ପୂଜା:

ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକଙ୍କ ଘରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ନିୟମିତ ସକାଳ ଓ ସନ୍ଧ୍ୟା ସମୟରେ ତୁଳସୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କର ପୂଜା ତୁଳସୀ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ସମସ୍ତ ପୁରାଣରେ ତୁଳସୀଙ୍କ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।

ତୁଳସୀ ବିବାହ:

କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଦେବଉଠନୀ ଏକାଦଶୀରେ ତୁଳସୀ ବିବାହ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ସ୍ୱରୂପ ସହ ତୁଳସୀଙ୍କ ବିବାହ ହୋଇଥାଏ। ତୁଳସୀ ବିବାହ କରାଇବା, କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ। ଏପରି କରିବା ଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ- ମଙ୍ଗଳ ବିରାଜିତ ହୋଇଥାଏ।

ତୁଳସୀଙ୍କ ଧାର୍ମିକ ମହତ୍ତ୍ୱ:

ଭଗବାନଙ୍କୁ ତୁଳସୀ ଦଳ ଅର୍ପଣ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ପଦ୍ମ ପୁରାଣ ଅନୁଯାୟୀ, ତୁଳସୀ ବୃକ୍ଷରେ ସାକ୍ଷାତ ଦେବତା ବାସ କରିଥାଆନ୍ତି। ଯେଉଁ ଭୋଗରେ ତୁଳସୀ ପ୍ରୟୋଗ କରାଯାଏ ନାହିଁ, ତାହା ଭଗବାନ ସ୍ୱୀକାର କରନ୍ତି ନାହିଁ ବୋଲି ମାନ୍ୟତା ରହିଛି।

Leave A Reply

Your email address will not be published.