Latest Odisha News

BREAKING NEWS

ଲିଙ୍ଗଗତ ହିଂସା ରୋକିବା ପାଇଁ ସଚେତନତା ସୃଷ୍ଟି କରିବେ ସୋଆ ଛାତ୍ରଛାତ୍ରୀ

ଭୁବନେଶ୍ୱର : କ୍ରମବର୍ଦ୍ଧିଷ୍ଣୁ ଲିଙ୍ଗଗତ ହିଂସାକୁ ରୋକିବା ଦିଗରେ ସମାଜରେ ସଚେତନତା ଆଣିବା ଜରୁରୀ । ଏହି ପରିପ୍ରେକ୍ଷୀରେ ଲିଙ୍ଗଗତ ହିଂସା ରୋକିବା ଦିଗରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ ପକ୍ଷରୁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସୋଆ ଛାତ୍ରଛାତ୍ରୀମାନେ ନଭେମ୍ବର ୨୫ରୁ ଡିସେମ୍ବର ୧୦ ମଧ୍ୟରେ ୧୦ଟି ପଥପ୍ରାନ୍ତ ନାଟକ ପରିବେଷଣ କରିବେ ବୋଲି ସୋଆ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡ. ନଚିକେତା ଶର୍ମା ସୂଚନା ଦେଇଛନ୍ତି ।

ଡ. ଶର୍ମା ନିକଟରେ ବିଏସିସିଏଲ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ସୋଆର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ ବୋଲି ସୂଚନା ଦେଇଥିଲେ । ସୋଆର ଛାତ୍ରଛାତ୍ରୀ ଓ ଫାକଲ୍ଟି ସଦସ୍ୟମାନେ ପୂର୍ବରୁ ବିଏସ୍ସିଏଲ୍ ପକ୍ଷରୁ ଆୟୋଜିତ ୧୮ଟି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇସାରିଛନ୍ତି ।

ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ଗୁଡ଼ିକରେ ଯେପରି କୋ÷ଣସି ପ୍ରକାର ଲିଙ୍ଗଗତ ହିଂସା ନ ଉପୁଜେ ସେଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ସମସ୍ତଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି କର୍ମଶାଳାରେ ଯୋଗ ଦେଇଥିବା ସଦସ୍ୟମାନେ ମତ ଦେଇଥିଲେ ।

ଏହି କର୍ମଶାଳାରେ ସୋଆ ପକ୍ଷରୁ ଡ. ଶର୍ମାଙ୍କ ସମେତ ଡ. ରିତା ପୃଷ୍ଟି, ଡ.ସରୋଜ କୁମାର ମହାନ୍ତି, ଡ. ଶୋଭନ୍ ପଟ୍ଟନାୟକ ଓ ଡ. ସୌର୍ଯ୍ୟ ରଞ୍ଜନ ଦାସ ଯୋଗ ଦେଇଥିଲେ ।

Leave A Reply

Your email address will not be published.