Latest Odisha News

BREAKING NEWS

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୨୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୧୦୭୭ଟି ପ୍ରକଳ୍ପ ଲାଗି ୨୮.୯୫ କୋଟି ଟଙ୍କା ମଞ୍ଜୁର କଲେ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୬ଟି ବ୍ଲକ ଲାଗି ୨୮.୯୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି ବ୍ଲକ ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକ ଜିଲ୍ଲାର ବାରଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୁଳ-ରାମପୁର, ଗଜପତି ଜିଲ୍ଲାର ଗୋଷାଣୀ ଓ ସୋନପୁର ଜିଲ୍ଲାର ବୀରମହାରାଜପୁର ବ୍ଳକ ।

ଆଜି ମୁଖ୍ୟମନ୍ତ୍ରୀ ପାତ୍ରପୁର ବ୍ଳକର ୨୩ଟି ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ, ବନ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ୬.୧୫କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ବାରଙ୍ଗ ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ, ଥୁଆମୁଳ ରାମପୁର ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୪.୪୦ କୋଟି ଟଙ୍କାରେ ୨୫୨ଟି ପ୍ରକଳ୍ପ, ଗୋଷାଣୀ ବ୍ଲକର ୨୦ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ ଓ ବୀରମହାରାଜପୁର ବ୍ଳକର ୧୪ଟି ପଞ୍ଚାୟତ ପାଇଁ ୩.୫୫ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପ ।

ଏହିପରି ସମୁଦାୟ ୬ଟି ବ୍ଲକର ୧୨୨ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୮.୯୫କୋଟି ଟଙ୍କାରେ ୧୦୭୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.