Latest Odisha News

BREAKING NEWS

ଆୟକର ଦିବସରେ ‘ସୋଆ’ ଛାତ୍ରଛାତ୍ରୀ କ୍ଷୁଦ୍ର ନାଟକ ପାଇଁ ପୁରସ୍କୃତ

ଭୁବନେଶ୍ୱର : ଆୟକର ଦିବସ ଅବସରରେ ଏଠାରେ ଅନୁଷ୍ଠିତ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ସୋଆ (ଡିମ୍ଡ ଟୁ ବି ୟୁନସିଭର୍ସିଟି)ର ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । “ଇନକମ୍ ଟ୍ୟାକ୍ସ ରେଡ୍” ନାମକ କ୍ଷୁଦ୍ର ନାଟକକୁ ରୋହନ ଯାଦବ ଓ ଶ୍ରୀ ସଂଗ୍ରାମ କୋଚିଆରୀ ମିଳିତ ଭାବେ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ନାଟକଟି ଉଭୟ ଜଜ୍ ଓ ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବିଜେତା ସୋଆ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ୧୫୦୦ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

ସୋଆ ଏନ୍ଏସ୍ଏସ୍ ସଂଯୋଜକ ଡ. ନଚିକେତା ଶର୍ମାଙ୍କ ସମେତ ସୋଆ ଛାତ୍ରଛାତ୍ରୀମାନେ ସକାଳେ ଏକ ମାରାଥନ୍ରେ ଭାଗ ନେଇଥିଲେ । ଏହି ମାରାଥନ୍ ଦୋ÷ଡକୁ ପ୍ରମୁଖ ଆୟକର କମିଶନର୍ ଶ୍ରୀ ସୁବ୍ରତ ମିଶ୍ର କଳିଙ୍ଗ ଷ୍ଟାଡିୟମ୍ ନିକଟରେ ଫ୍ଲାଗ୍ଅଫ୍ କରିଥିଲେ । ସନ୍ଧ୍ୟାରେ ଆୟକର ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୁଖ ଆୟକର କମିଶନର୍ ଶ୍ରୀ ମିଶ୍ର, ଓୟୁଏଟିର କୁଳପତି ଡ. ସୁରେନ୍ଦ୍ରନାଥ ପଶୁପାଳକ, ଆଇସିଏଆଇର ଅଧ୍ୟକ୍ଷ ଶ୍ରୀ ଚିରଞ୍ଜିବୀ ଜେନା, ଜିଏସ୍ଟି କମିଶନର୍ ଶ୍ରୀ ଦୀପ୍ ଶେଖର, ଆଡମିନିଷ୍ଟ୍ରେସନ୍ ଆଣ୍ଡ୍ ଟିପିଏସ୍ କମିଶନର ଶ୍ରୀ ସରୋଜ କୁମାର ମହାପାତ୍ର ଏବଂ ଯୁଗ୍ମ ଆଇଟି କମିଶନର୍ ଶ୍ରୀ ସୁରେଶ ଶିବାନନ୍ଦନ ଯୋଗ ଦେଇଥିଲେ ।

ଓଡ଼ିଶାର ପର୍ବତମଣିଷ ଭାବେ ପରିଚିତ ଜଳନ୍ଧର ନାୟକ ଓ ଜାତୀୟ ଖୋ ଖୋ ଖେଳାଳୀ ମନ୍ଦାକିନୀ ମାଝିଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ୨୯ ତାରିଖ ବେଳକୁ ଲଘୁଚାପ ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ୨ ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.