Latest Odisha News

BREAKING NEWS

ଦୁର୍ବଳ ହେଉଛି ବର୍ଷା, ପୁଣି ପ୍ରବଳ ବର୍ଷିବ ୨୯ରୁ

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ କ୍ରମଶଃ ଦୁର୍ବଳ ହେଉଛି । ତେବେ ଗତସପ୍ତାହରେ ଲଘୁଚାପ ଜନିତ ପ୍ରବଳ ବର୍ଷାର ଏବେ ସମ୍ଭାବନା ନଥିଲେ ମଧ୍ୟ ଜୁଲାଇ ୨୯ ତାରିଖରେ ପୁନର୍ବାର ଓଡ଼ିଶାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଓ ଉପକୂଳବର୍ତ୍ତୀ କେତେକ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ହେଲେ ମଧ୍ୟ ରାଜ୍ୟର ପାଗ ସାଧାରଣତଃ ଶୁଖିଲା ରହିବ ।

ତେବେ ୨୯ ତାରିଖ ବେଳକୁ ଲଘୁଚାପ ଦିଗ ବଦଳାଇବାର ସମ୍ଭାବନା ରହିଥିବାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ୨ ଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.