Latest Odisha News

BREAKING NEWS

ବାତ୍ୟା ଗୁଲାବ୍‌ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି

ଭୁବନେଶ୍ବର : ବାତ୍ୟା ଗୁଲାବ ପ୍ରଭାବରେ ରାଜ୍ୟରେ ହୋଇନି ବିଶେଷ କ୍ଷୟକ୍ଷତି । ରାଜ୍ୟରେ ପବନର ବେଗ ମଧ୍ୟ ଅଧିକ ହୋଇନାହିଁ । କେବଳ ଗଜପତି ଓ କୋରାପୁଟର କିଛି ସ୍ଥାନରେ ମାଟି ଅତଡ଼ା ଖସିଛି । ୨୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ବର୍ଷା ଜାରି ରହିଛି । ତେବେ ବାତ୍ୟାରେ ବିଦ୍ୟୁତ ଭିତ୍ତିଭୂମିର କୌଣସି କ୍ଷୟକ୍ଷତି ହୋଇନାହିଁ । ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ଏସଆରସି କହିଛନ୍ତି, ବର୍ଷା ପ୍ରଭାବରେ କୋରାପୁଟର ଶୁଙ୍କି ଘାଟିରେ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ବର୍ଷା କମିଲେ ଏହାର ମରାମତି କରାଯିବ । ପାହାଡିଆ ସ୍ଥାନରେ କିଛି ଜାଗାରେ ପାଣି ଚାଲୁଥିଲା, ତାହା ଏବେ ବନ୍ଦ ହୋଇଗଲାଣି । ବାତ୍ୟା ପ୍ରଭାବରେ ଯେତିକି ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା, ସେହି ଅନୁପାତରେ ବର୍ଷା କି ପବନ ହୋଇନାହିଁ । ଏସଡିଆରଏଫ ନିୟମ ଆଧାରରେ ସବୁ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି । ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବେ । ସେହିପରି ବାତ୍ୟା ପାଇଁ ୪୬ ହଜାରରୁ ଅଧିକଙ୍କୁ ସ୍ଥାନାନ୍ତର କରି ୧ ହଜାର ୧୮୯ଟି ଆଶ୍ରୟସ୍ଥଳରେ ରଖାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଏସଆରସି ।

Leave A Reply

Your email address will not be published.