Latest Odisha News

BREAKING NEWS

ସୋସିଆଲ ମିଡିଆରେ ପ୍ରକୃତିଙ୍କୁ କଟୁ ସମାଲୋଚନା

ଭୁବନେଶ୍ୱର: ଅଭିନେତା ବାବୁଶାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ସୋସିଆଲ ମିଡିଆରେ ନେଟିଜେନଙ୍କ ଉଭୟ କୌତୁହଳ ଏବଂ କଟୁ ସମାଲୋଚନା ଦେଖିବାକୁ ମିଳିଛି ।

 

ପ୍ରାୟ ନେଟିଜେନ ପ୍ରକୃତିଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ ଏଭଳି କଟୁ ସମାଲୋଚନା ଏବଂ ଦୋଷ ଲଦା ବିଷୟକୁ ନେଇ ପ୍ରକୃତି ଇନଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଛନ୍ତି ।

 

ପ୍ରକୃତି ଲେଖିଛନ୍ତି “ ପ୍ରତ୍ୟେକ କାହାଣୀର ଦୁଇଟି ପାର୍ଶ୍ୱ ଥାଏ । ଦୁର୍ଭାଗ୍ୟବଶତଃ ଆମେ ଏମିତି ଏକ ସମାଜରେ ବାସ କରୁଛୁ ଯେଉଁଠାରେ କିଛି ଶୁଣିବା ପୂର୍ବରୁ ହିଁ ମହିଳାମାନଙ୍କୁ ଦୋଷୀ ସଜାଇ ଦିଆଯାଏ” ।

 

ତୃପ୍ତି କିଛି ଗୁଣ୍ଡା ମାନଙ୍କୁ ନେଇ ପ୍ରକୃତି ଏବଂ ବାବୁଶାନଙ୍କୁ ଆକ୍ରମଣ କରିଛନ୍ତି ବୋଲି ପ୍ରକୃତି କହିଛନ୍ତି । ସେ ତାଙ୍କ ଘରୋଇ ବିବାଦ ପାଇଁ ତାଙ୍କୁ ଆକ୍ରମଣ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ପ୍ରକୃତି ସୋସିଆଲ ମିଡିଆରେ ଲେଖିଛନ୍ତି ।

 

ଏହି ଆକ୍ରମଣ ପାଇଁ ସେ ଆଇନର ଆଶ୍ରୟ ନେବେ । ଏବଂ ଆଇନ ଉପରେ ଦୃଢ଼ ଆସ୍ଥା ଅଛି । ଆଗାମୀ ପରିସ୍ଥିତିକୁ ଧୈର୍ଯ୍ୟ ଏବଂ ସାହସର ସହ ସାମ୍ନା କରିବାକୁ ତାଙ୍କୁ ଶୁଭେଚ୍ଛୁଙ୍କ ସମର୍ଥନ ଲୋଡ଼ିଛନ୍ତି ପ୍ରକୃତି ।

Leave A Reply

Your email address will not be published.