Latest Odisha News

ମହୋଦଧିରେ ମଦ କୁଡିଆ, ତାତିଲେ ବିଭିନ୍ନ ସଂଗଠନ

ପୁରୀ: ପୁରୀ ବେଳାଭୂମିରେ ଖୋଲିବ ବିଚ୍ ସ୍ୟାକ୍ସ । ପୁରୀ ବେଳାଭୂମିରେ ବ୍ରିକି ହେବ ମଦ । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପୁରୀ ବେଳାଭୂମିରେ ମଦ ବ୍ରିକି ପାଇଁ ଖୋଲିବ ଛୋଟ ଛୋଟ କୁଟୀର । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ତ୍ରୀବ ବିରୋଧ । ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ସିଂହଦ୍ବାର ସମ୍ମୁଖରେ ଦୀପ ଦାନ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖାଲି ସେତିକି ନୁହେଁ ବୁଦ୍ଧିଜୀବି, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମସ୍ତେ ମହୋଦଧି ଛାତିରେ ମଦ ବିକ୍ରିକୁ ନିନ୍ଦା କରିଛନ୍ତି ।

ଗ୍ରାମାଞ୍ଚଳରେ ମଦ ଦୋକାନ ଖୋଲିବନି, ହେଲେ ବେଳାଭୂମିରେ ମିଳିବ ମଦ, ଏହାକୁ ବିରୋଧ କରି ମଦମୁକ୍ତ ଓଡିଶା ଓ ବେଳାଭୂମିରେ ମଦ କୁଡିଆ ତିଆରି ଯୋଜନାକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।  ଏହାକୁ ନେଇ ପୁରୀରେ ବିଭିନ୍ନ ବୁଦ୍ଧିଜୀବି ଓ ୪୦ରୁ ଉର୍ଦ୍ଧ୍ବ ଅନୁଷ୍ଠାନର କର୍ମକର୍ତ୍ତା ଏକ ସଭା ଆୟୋଜନ କରି ଏହାକୁ ଦୃଢ ବିରୋଧ କରିବା ସହିତ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ବେଳାଭୂମି ମଦ କୁଡିଆ କରାଯାଇ କିଭଳି ମହୋଦଧିର ଆଧ୍ୟାତ୍ମିକତାକୁ କ୍ଷୁର୍ଣ୍ଣ କରାଯିବ ସେନେଇ ଅବଗତ କରାଇବେ ।

ତେବେ କହିରଖୁଛୁ, ନୂଆ ସରକାର ପୁଣି ବେଳାଭୂମିରେ ମଦ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଯାହାକୁ ପନେଇ ତୀବ୍ର ବିରୋଧ ଦେଖାଦେଇଚି । ଏନେଇ ଜିଲ୍ଳାପାଳ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ରହିଲେ ହେଲେ ଲୋକଙ୍କ ସମସ୍ୟା ଓ ପାରିପାର୍ଶ୍ବିକ ଅବସ୍ଥାକୁ ଦୃଷ୍ଟିରେ ରଖି ଏନେଇ ପଦକ୍ଷେପ ନିଆଯିବ ।

Comments are closed.