Latest Odisha News

BREAKING NEWS

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ର ‘ସୋସିଆଲ ସ୍ମାର୍ଟ ପ୍ରକଳ୍ପ’ରେ ବସ୍ତି ବାଳିକାଙ୍କ ଦୃଷ୍ଟାନ୍ତମୂଳକ ନେତୃତ୍ୱ

ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼୍ ଦ୍ୱାରା ଏବଂ ଭୁବନେଶ୍ୱର ମହାନଗର ନିଗମ ଓ ୟୁନାଇଟେଡ଼୍ ନେସନ୍‌ସ ପପୁଲେସନ ଫଣ୍ଡ୍‌(ୟୁଏନ୍‌ଏଫ୍‌ପିଏ) ର ମିଳିତ ସହଯୋଗରେ ‘ହମାରା ବଚ୍‌ପନ ଟ୍ରଷ୍ଟ୍‌’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ସୋସିଆଲି ସ୍ମାର୍ଟ ପ୍ରକଳ୍ପରେ ରହିଥିବା ବାଳିକାମାନେ ନିଜର ନେତୃତ୍ୱ ପରାକାଷ୍ଠା ଦେଖାଇ ଚାଲିଛନ୍ତି । ନିଜସ୍ବ ତ୍ୟାଗ ଓ କାର୍ଯ୍ୟ ନିପୁଣତାକୁ ଦେଖାଇ ସେମାନେ ଦିନକୁ ଦିନ ଉଦାହରଣ ସୃଷ୍ଟି
କରିଚାଲିଛନ୍ତି ।

ସାଇନ୍ସ ପାର୍କ ବସ୍ତିରୁ +୩ ତୃତୀୟ ବର୍ଷରେ ପଢୁଥିବା “ଜସ୍ମିନ୍ ନିଶା” ଏବେ କମଶନରେଟ୍ ପୋଲିସ୍ ଦ୍ୱାରା ଜଣେ ସ୍ପେଶିଆଲ୍ ପୋଲିସ୍ ଅଫିସର୍ ଭାବେ ନିଯୁକ୍ତି ପାଇଛନ୍ତି । ଲିପ୍ସା ନାଏକ ଜଣେ ଗୋଷ୍ଠୀନେତ୍ରୀ ତଥା କ୍ଷେତ୍ର ସଂଯୋଜିକା, ସେ ଏବେ ଜୈବ ବିବିଧତା ପରିଚାଳନା କମିଟି ବି.ଏମ୍‌.ସି. ର ୬ ଜଣ ସଦସ୍ୟଙ୍କ ଭିତରୁ ଜନୈକା ସଦସ୍ୟା ଭାବେ ଚୟନ ହୋଇଛନ୍ତି । ନିଳାଦ୍ରି ବିହାର ରିକ୍ସା କଲୋନୀ-ଖ ବସ୍ତିରୁ ଆସିଥିବା ଲିପ୍ସା ଜୈବ ବିବିଧତା ପରିଚାଳନା କମିଟିରେ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବୋ ଠିକ୍ ସେହିପରି ଦିପାଞ୍ଜଳି ସ୍‌ବାଇଁ ପ୍ରେସ୍ କଲୋନୀ ଜଗନ୍ନାଥ ବସ୍ତିରୁ ଆସି ଜଣେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ ସେ ୁରିଆନ୍ ୟୁନିଭରସିଟିରେ ତାଲିମ୍ ନେଉଛନ୍ତିା ଏବଂ ନିକଟ ଅତିତରେ ନାଇରବିଠାରେ ହୋଇଥିବା ୨୫ତମ ଆଇସିପିଡିର ସମିଲନିରେ ଯୋଗ ଦେଇ ନିଜର କାର୍ଯ୍ୟକାରୀତା ବଖାଣିଛନ୍ତିା ସେ ଭୁବନେଶ୍ବର ଅର୍ବାନ ନଲେଜ ର ଶିଶୁବନ୍ଦୁ ସହର ଭୁବନେଶ୍ବର ଇତ୍ୟାଦିର କାର୍ଯ୍ୟକ୍ରମକୁ ଜଣାଇଛନ୍ତିା

ସୂଚନାଯୋଗ୍ୟ, ବାୟାବାବା ମଠ ନିକଟ ଲକ୍ଷ୍ମି ନାରାୟଣ ବସ୍ତିର ପିୟିର ଲିଡରମାନଙ୍କ ସଂଯୋଜନାରେ ସେହି ଅଂଚଳର ସୁରକ୍ଷା ନମନ୍ତେ ୨୦ଟି ଷ୍ଟ୍ରିଟ୍‌ ଲାଇଟର ସଂଯୋଗିକରଣ ଏବଂ କାଗ୍ରିଲ ବସ୍ତିର ପିୟର ଲିଡର ମାନଙ୍କ ଦୋରା ୪ଟି ଷ୍ଟ୍ରିଟ୍‌ ଲାଇଟ୍‌ର ସଂଯୋଗି କରଣ କରିଟ୍‌ନ୍ତି ମହାନଗର ନିଗମ କର୍ତୁପକ୍ଷ । ଯାହା ଏହି ପିୟର ଲିଡରମାନଙ୍କର ସାମଜିକ କାର୍ଯ୍ୟକାରୀତାକୁ ପ୍ରତିପାଦନ କରୁଛିା କହିବାକୁ ଗଲେ ପିୟର ଲିଡର ବା
ପ୍ରଗତିସାଥୀମାନେ ହେଉଛନ୍ତି ବସ୍ତିରୁ ଆସିଥିବା ଯୁବଗୋଷ୍ଠୀ ଯେଉଁମାନେ କି ବିଭିନ୍ନ କୌଶଳ ବାବଦରେ ତାଲିମ ପାଇଛନ୍ତିା ନିଜ ଅଂଚଳ ବା ବସ୍ତିରେ ଉପୁଜୁଥିବା ସମସ୍ୟାଗୁଡିକୁ ଦୃଢତାର ସାମନା କରି ନିଜ ପଡୋଶୀ ମାନଙ୍କୁ ସମାଧାନର ସୋଦ ଚଖାଉଛନ୍ତିା

ଏହି ପିୟର ଲିଡର ମାନେ କିଛିଦିନ ତଳେ ୯ ଦିନ ଧରି ଜୀବନ କୌଶଳ ଶିକ୍ଷାର ତାଲିମ୍ ନେଇଥିଲୋ ଏହାପରେ ସେମାନେ ୯ଟି ଗୋଟି ବିଭିନ୍ନ ଟିମରେ ବିଭକ୍ତ ହୋଇ ଆନୁଷଙ୍ଗିକ ଅଁଶିଦାର ମାନଙ୍କ ସମସ୍ୟାର ସମାଧାନ ପାଇଁ ବାଟ ଦେଖାଉଛନ୍ତିା ସୂଚନା ଥାଉକି ତାଲିମ ପାଇଥିବା ପିୟର ଲିଡରମାନେ ବିଭିନ୍ନ ସମସ୍ୟା ପାଇଁ ସମ୍ପୃକ୍ତ ଅଁଶିଦାରମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ସମସ୍ୟାର ସହଳ ସମାଧାନକୁ ଗୁରୁତୋ ଦେଉଛନ୍ତିା
ଯାହାଦ୍‌ବାରା ମଳମୁକ୍ତ ଭୁବନଶୋର ଡ୍ରେନ୍ ସଫେଇ ନିୟମିତ ବର୍ଜ୍ୟ ଉଠାଣ ଡଷ୍ଟବିନ୍‌ ଯୋଗାଣ ଅଧା ପଢ଼ାରୁ ରହିଥିବା ପିଲାଙ୍କୁ ବିଦ୍ୟାଳୟକୁ ପୁନଃ ପ୍ରେରଣ ଏବଂ ଖୋଲାରେ ମଦ୍ୟବିକ୍ରିକୁ ବିରୋଧ ଇତ୍ୟାଦୀ କାର୍ଯ୍ୟରେ ସଫଳତା ହାସଲ କରିଛନ୍ତିା

ଅନେକ ପଦକ୍ଷପରେ ପ୍ରକଳ୍ପ ରୂପାୟନ କରୁଥିବା ସଂସ୍ଥା ହାମାରା ବଚପନ୍ ଟ୍ରଷ୍ଟ ପିୟର ଲିଡରମାନଙ୍କର ଭୂମିକାକୁ ଚରିତାର୍ଥ କରିବା ପାଇଁ ମୁଖ୍ୟ ଦାୟିତୋ ନିଭାଉଛନ୍ତିା ତେବେ ଏହି ସୋସିଆଲି ସ୍ମାର୍ଟ ପ୍ରକଳ୍ପ ପ୍ରାଥମିକ ଭାବେ ୮ଟି ବସ୍ତିକୁ ନେଇ ଆରମ୍ଭ କରାଯାଇଥିବା ବେଳେ ବ ର୍ମାନ ଭୁବନେଶୋରର ୧୦୦ଟି ବସ୍ତି ଏଥିରେ ଯୋଡି ହୋଇଛିା ଯାହାଦୋରା ବାଳିକା ମହିଳା ଏବଂ ଯୁବବର୍ଗ ଏହି ପ୍ରକଳ୍ପରେ ନିଜସ୍ବ ବିକାଶର ସୋଦକୁ ଚାଖିପାରିଛନ୍ତିା ଯାହାକି ମନ୍ଦିରମାଳିନୀ ନଗରୀତଥା ସ୍ମାର୍ଟସିଟି ଭୁବନେଶ୍ୱରକୁ ଅର୍ନ୍ତଭୂକ୍ତି କରଣ ପରିପ୍ରେକ୍ଷୀରେ ଭାରତର ୧୦୦ଟି ସହର ମଧ୍ୟରୁ ଆଗରେ ରହିଛିା

Leave A Reply

Your email address will not be published.