Latest Odisha News

ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ/ଭୁବନେଶ୍ୱର: ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ମନମୋହନ ମହାପାତ୍ରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ
ହୋଇଛି । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଆଜି ପୁରୀର ସ୍ୱର୍ଗଦ୍ୱାରକୁ ସ୍ୱର୍ଗତ ମହାପାତ୍ରଙ୍କ ପାର୍ଥିବ ଶରୀର
ଅଣାଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ତାଙ୍କର ବଡ଼ପୁଅ ଆଶୁତୋଷ ମହାପାତ୍ର ମୁଖାଗ୍ନି ଦେଇଥିଲେ ।

ଏଶ୍ରୀ ମହାପାତ୍ରଙ୍କ ରବିବାର ଦିନ ୬୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିଲା । ଓଡ଼ିଆ ଚଳଚ୍ଚିତ୍ର ଲାଗି ଶ୍ରୀ ମହାପାତ୍ରଙ୍କ ଅବଦାନ ଅତୁଳନୀୟ । ସେ ଲଗାତର ୮ଟି ଜାତୀୟ ପୁରସ୍କାର ହାସଲ କରି ସମଗ୍ର ଭାରତୀୟ ସିନେମା ଜଗତରେ ଚହଳ ସୃଷ୍ଟି କରିଥିଲେ ।

ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଶୀତରାତି’ ରିଲିଜ୍ ହୋଇ ୧୯୭୬ରେ ପୁରସ୍କାର ହାସଲ କରିପାରିଥିଲା । ତାଙ୍କର ଯେଉଁ ଚଳଚ୍ଚିତ୍ର ଗୁଡ଼ିକ ଉଚ୍ଚ ପ୍ରଶଂସିତ ହେବା ସହିତ ପୁରସ୍କୃତ ହୋଇଥିଲା ସେହି ଚଳଚ୍ଚିତ୍ର ଗୁଡ଼ିକ ହେଲା କ୍ଳାନ୍ତ ଅପରାହ୍ନ, ନୀରବ ଝଡ଼, ମଝିପାହାଚ, ନିଷିଦ୍ଧ ସ୍ୱପ୍ନ, କିଛି ସ୍ମୃତି କିଛି ଅନୁଭୂତି, ଅଗ୍ନୀବୀଣା ଏବଂ ଭିନ୍ନ ସମୟ ।

Leave A Reply

Your email address will not be published.