Latest Odisha News

BREAKING NEWS

ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଭାଇରାଲ ହେଲା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହେବା ପରଠାରୁ ପ୍ରଶ୍ନପତ୍ର ଭାଇରାଲ ହେବା ଭଳି ଘଟଣା ନଜରକୁ ଆସିଥିବାବେଳେ ଶୁକ୍ରବାର ଦିନ ପୁଣି ମାଟ୍ରିକ୍ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି।

ଆଜି ମ୍ୟାଟ୍ରିକ ପରୀକ୍ଷା ଶେଷ ଦିନରେ ଛାତ୍ରଛାତ୍ରୀମାନେ ପରିକ୍ଷା ଦେଉଥିବା ବେଳେ ପରିକ୍ଷା ଆରମ୍ଭ ହେବାର ମାତ୍ର ୧୫ ମିନିଟ୍ ପରେ ବଲାଙ୍ଗିର ଜିଲ୍ଲା ଦେଓଗାଁରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା ।

ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଜାହାନ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସମ୍ବନ୍ଧୀୟ ଏକ ରିପୋର୍ଟ ବୋର୍ଡକୁ ମିଳିଛି । ଏହି ଘଟଣାର ସତ୍ୟତା ସମ୍ପର୍କରେ ଯାଞ୍ଚ କରାଯାଉଛି । ଏଥିପାଇଁ ଭାଇରାଲ ପ୍ରଶ୍ନପତ୍ରକୁ ମୂଳ ପ୍ରଶ୍ନପତ୍ର ସହ ମେଳ କରାଯାଉଛି” ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.