Latest Odisha News

BREAKING NEWS

ସମାଜ ସେବା ପାଇଁ ଅଗୁସ ଇନ୍ଦ୍ର ଉଦୟନଙ୍କୁ ପଦ୍ମଶ୍ରୀ ସମ୍ମାନ

ଦିଲ୍ଲୀ : ସମାଜ ସେବା ପାଇଁ ପଦ୍ମଶ୍ରୀ ସମ୍ମାନ । ଇଣ୍ଡୋନେସିଆର ଅଗୁସ ଇନ୍ଦ୍ର ଉଦୟନଙ୍କୁ ପଦ୍ମଶ୍ରୀ ସମ୍ମାନରେ ଆଜି ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଇନ୍ଦ୍ର ଉଦୟନଙ୍କୁ ସମ୍ମାନୀତ କରିଛନ୍ତି ।

ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଶ୍ବର ବିଭିନ୍ନ ଦେଶରେ ଗାନ୍ଧୀଙ୍କ ଆଦର୍ଶ ଓ ବାର୍ତ୍ତାକୁ ପ୍ରଚାର ପ୍ରସାର କରୁଛନ୍ତି ଇନ୍ଦ୍ର ଉଦ୍ୟାନ । ବାଲି ଓ ଲୁବୁକରେ ଥିବା ୪ଟି ଆଶ୍ରମରେ ଗାନ୍ଧୀଙ୍କ ବିଚାରର ଶିକ୍ଷା ଦେଉଛନ୍ତି । କଳିଙ୍ଗ ବାଲି ଭିତରେ ଥିବା ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି । ଭାରତ ସମେତ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.