Latest Odisha News

ଶକ୍ତିପୀଠରେ ଷୋଡଷ ପୂଜା , ମାତଙ୍ଗୀ ବେଶରେ ମାଆ କଟକ ଚଣ୍ଡୀ

କଟକ: କଟକ ସହରରେ ଶକ୍ତିପୀଠରେ ଚାଲିଛି ଷୋଡଷ ଉପଚାର ପୂଜା । ଏହି ଅବସରରେ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମାତଙ୍ଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଆଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ମନ୍ଦିରରେ ଗହଳି ଲାଗି ରହିଥିଲା । ଷୋଡଷ ପୂଜା ଆରମ୍ଭରୁ ହିଁ ମାଆ ଙ୍କୁ ସ୍ୱତନ୍ତ୍ର ପୂଜାରେ ଆବାହନ କରାଯାଇ ପ୍ରତ୍ୟକ ଦିନ ବିଭିନ୍ନ ବେଶରେ ସଜ୍ଜିଣ କରାଯାଇଥାଏ ।

ବିଜୟାଦଶମୀ ଦିନ ପର୍ଯ୍ୟନ୍ତ ଏ୍ଇ ବେଶକୁ ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ । ପାଖାପାଖି ଦୁଇ ବର୍ଷ ମାଆଙ୍କୁ ଦର୍ଶନ ମିଳୁ ନ ଥିବାରୁ କୋଭିଡ୍ କଟକଣା ମଧ୍ୟରେ ମାଆଙ୍କୁ ଦର୍ଶନ ପାଇବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ସେହିପରି ବାରବାଟୀ ଦୁର୍ଗ ମଧ୍ୟରେ ଥିବା ମାଆ ଗଡଚଣ୍ଡୀଙ୍କୁ ଆଜି କାଳୀ ଵେଶରେ ସଜ୍ଜିତ କରାଯାଇଛି।

Leave A Reply

Your email address will not be published.