Latest Odisha News

BREAKING NEWS

ଆଜି ମୂଳାଷ୍ଟମୀ: ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା

କଟକ : ଆଜି ହେଉଛି ମୂଳାଷ୍ଟମୀ । ଆଜିଠାରୁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। ସକାଳୁ ସକାଳୁ ଶକ୍ତିପୀଠ ଗୁଡିକରେ ପୂଚାର୍ଚ୍ଚନା ଚାଲିଛି । ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜ୍ଜିତ କରାଯିବ  । ଏହି ସମୟରେ ମାଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି  । ତେଣୁ ବିଭିନ୍ନ ଶକ୍ତିପୀଠ ଗୁଡିକୁ ଶ୍ରଦ୍ଧାଳୁଙ୍କର ସୁଅ ଛୁଟେ ।

ମା ଙ୍କର ବେଶ ଅନୁସାରେ ନୀତିକାନ୍ତି କରାଯାଇଥାଏ। କଟକ ସହରର ମା କଟକ ଚଣ୍ଡୀ , ଗଡ଼ ଚଣ୍ଡୀ , ଚାଉଳିଆଗଞ୍ଜର ଜୟଦୁର୍ଗା , ମଙ୍ଗଳାବାଗର ବାସନ୍ତୀଦୁର୍ଗା ଓ ଝାଞ୍ଜିରୀମଙ୍ଗଳାର ମା ’ ଝାଞ୍ଜିରୀମଙ୍ଗଳା ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ ହେଉଛି। ୧୬ ଦିନରେ ମାଆଙ୍କ ପୀଠରେ  ଚଣ୍ଡୀ ପାଠ କରାଯିବା ସହ ମା ଙ୍କ ର ବିଭିନ୍ନ ବେଶ କରାଯିବ । ସେପଟେ ପୁରୀରେ ମାଆ ବିମଳାଙ୍କ ପୀଠରେ ମଧ୍ୟ ଆଜିଠାରୁ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହେବ  । ଏହି ଅବସରରେ ଶ୍ରୀମନ୍ଦିରରେ ଦୂର୍ଗା ମାଧବ ଉପାସନା  ପାଳିତ ହେବ  । ସେହିପରି ଗଜପତିଙ୍କ ଶ୍ରୀନଅରରେ ଆଜି ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କୁ ବରଣ କରାଯିବାର ବିଧି ରହିଛି ।

 

 

 

Leave A Reply

Your email address will not be published.