Latest Odisha News

BREAKING NEWS

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ଯବାନ ସରୋଜଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ସବୁକିଛି ଛାରଖାର କରିଦେଇଛି ପ୍ରଳୟଙ୍କରୀ ବନ୍ୟା । ହଠାତ୍ ପାଣି ମାଡି ଆସି ୨୩ଜଣ ଯବାନଙ୍କୁ ଭସାଇ ନେଇଛି  । କେବଳ ଯବାନଙ୍କ ଭାସାଇ ନେଇନି ଏପର୍ଯ୍ୟନ୍ତ ୨୨ ଯବାନଙ୍କ ସହିତ ୧୦୩ ସାଧାରଣ ଲୋକଙ୍କର କୌଣସି ପତ୍ତା ମିଳୁନି  । ୩୦୦୦ ପର୍ଯ୍ୟଟକ ଏବେ ବି ବନ୍ୟାପାଣିରେ ଫସି ରହିଛନ୍ତି  । ୨୩ଜଣ ଯବାନଙ୍କ ମଧ୍ୟରେ ରହିଛନ୍ତି ଓଡିଆ ଯବାନ ସରୋଜ କୁମାର ଦାସ । ତାଙ୍କ ଘର ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁରେ  । ସରୋଜଙ୍କ ମୃତ୍ୟୁରେ କେବଳ କେବଳ ଜନ୍ମମାଟି କାନ୍ଦୁନି , ପୁରା ଗାଁ ସ୍ପବ୍ଧ ହୋଇଯାଇଛି  ।

ସମସ୍ତଙ୍କ ଆଖିରେ ଲୁହ  । ଏହାରି ମଧ୍ୟରେ ଆଜି ନିଜ ଜନ୍ମମାଟି କେନ୍ଦୁଢିପ ଗାଁରେ ପହଞ୍ଚିବ ସରୋଜଙ୍କ ମରଶରୀର  ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସରୋଜଙ୍କ ପରିବାରକୁ ଯାହା ଆବଶ୍ୟକ ଅଛି , ସବୁ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଭୟଙ୍କର ଫ୍ଲାସ ଫ୍ଲଡରେ ସରୋଜ ସହିଦ ହୋଇଥିବା କଥା ବୁଧବାର ତାଙ୍କ ପରିବାରକୁ ସେନା ପକ୍ଷରୁ ଖବର ଦିଆଯାଇଥିଲା।

Leave A Reply

Your email address will not be published.