Latest Odisha News

BREAKING NEWS

ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଶକ୍ତିପୀଠ ଚଳଚଞ୍ଚଳ ହେଲାଣି । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ ୧୫ ଦିନ ଚାଲିବ ।

ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷାଠାରୁ ମା’ ବିରଜାଙ୍କର ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ଗତକାଲି ସଂଧ୍ୟାରେ ବ୍ରହ୍ମାକୁଣ୍ଡରେ ଘଟ ନିମ୍ମର୍ଜନ ସହ କଳସ ସ୍ଥାପନ କରାଯାଇ ପାଣି ଗ୍ରହଣ କରାଯାଇଛି । ବିଳମ୍ବିତ ରାତ୍ରରେ ନବରତ୍ନ ବେଦୀରେ ୧୦ଟି କଳସ ସ୍ଥାପନ କରାଯାଇ ଆରମ୍ଭ ହେବ ଷୋଢଷ ଉପଚାର ପୂଜାର୍ଚ୍ଚନା ।
ଆଜିଠାରୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମା’ଙ୍କୁ ସ୍ନାନ କରାଯିବ । ସେପଟେ ଶୁଭ ସୁନିଆଁଠାରୁ ଆରମ୍ଭ ହୋଇଥିବା ମାଙ୍କ ରଥ କାମ ଆଗେଇ ଚାଲିଛି । ମାଙ୍କ ପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.