Latest Odisha News

BREAKING NEWS

ବାପାଙ୍କ ବଳରେ ବଳିୟାନ ହେଲେ ସୋଫିଆ, ଜିତିଲେ କଟକ-ବାରବାଟୀ

କଟକ: ବାପାଙ୍କ ଗଡରେ ବିଜୟୀ ହେଲେ ଝିଅ ସୋଫିଆ । କଟକ-ବାରବାଟୀ ବିଧାନସଭା ଗାଦି ହାତେଇଲେ କଂଗ୍ରେସ ପ୍ରାର୍ଥୀନୀ ସୋଫିଆ ଫିର୍ଦ୍ଦୋସ । ବିପକ୍ଷରେ ଲଢୁଥିବା ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୭, ୯୭୪ ଭୋଟ ବ୍ୟବଧାନରେ ହରାଇଛନ୍ତି ସୋଫିଆ ।

ଦିନେ ବାପାଙ୍କର ଗଡ ଥିଲା । ଆଜିଠୁ ଝିଅଙ୍କ ନାଁ ଲେଖା ହେଲା । ବରିଷ୍ଠ କଂଗ୍ରେସ ନେତା ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ କଟକ ବାରବାଟୀରେ ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ରହିଛି । ଯାହାର ବଳରେ ଆଜି ପୁଣି ଥରେ କଂଗ୍ରେସର ବିଜୟ ବାନା ଉଡାଇଛନ୍ତି ସୋଫିଆ । ତେବେ ନିକଟ ଅତୀତରେ ଅଦାଲତି କଟକଣା ପାଇଁ ଚଳିତ ନିର୍ବାଚନରେ ଲଢିନଥିଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସେଥିପାଇଁ ବାପାଙ୍କ ଜାଗାରେ ମଇଦାନକୁ ଓହ୍ଲାଇଥିଲେ ଝିଅ ସୋଫିଆ । ପୂର୍ବରୁ ମଧ୍ୟ ବାପାଙ୍କ ସାଙ୍ଗରେ ଯାଇ ଗ୍ରାଉଣ୍ଡରେ କାମ କରିଛନ୍ତି ସୋଫିଆ । ଜଣେ ବିଜନେସ୍ ଓମେନ୍ ରୁ ରାଜନୀତିରେ ପାଦ ଥାପିଥିଲେ ସୋଫିଆ । ଏହାପରେ କଂଗ୍ରେସ ତାଙ୍କୁ ବାରବାଟୀ ଆସନରୁ ଟିକେଟ ଦେଇଥିଲା । ଆଉ ଆଜି ବିଜୟର ତିଳକ ଲଗାଇଛନ୍ତି ସୋଫିଆ ।

Leave A Reply

Your email address will not be published.