Latest Odisha News

BREAKING NEWS

ସିଗାରେଟ୍ ପାଉଁଶ ପକାଉଥିବା ବେଳେ ୩୩ ମହଲାରୁ ଖସିପଡ଼ିଲେ ସଫ୍ଟୱେର ଇଞ୍ଜିନିୟର

ବେଙ୍ଗାଲୁରୁ : ବେଙ୍ଗାଲୁରୁର କେଆର ପୁରା ନିକଟ ଭଟ୍ଟରହାଲ୍ଲରେ ଏକ ବିଲ୍ଡିଂର ୩୩ ମହଲାରୁ ଜଣେ ୨୭ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ଖସିପଡ଼ିବାରୁ ମୃତ୍ୟୁ ହୋଇଛି । ଯୁବକ ଜଣକ ହେଲେ ଦିବ୍ୟାଂଶୁ ଶର୍ମା । ସେ ସାଙ୍ଗଙ୍କ ଫ୍ଲାଟ୍‌ରେ ଉତ୍ସବ ମନାଉଥିବା ବେଳେ ସିଗାରେଟ୍ ପାଉଁଶ ତଳକୁ ପକାଇବାକୁ ଉଦ୍ୟମ କରୁଥିଲେ । ସେତିକିବେଳେ ସେ ଆପାର୍ଟମେଣ୍ଟରୁ ତଳକୁ ଖସିପଡ଼ିଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

ଦିବ୍ୟାଂଶୁଙ୍କ ଘର ଉତ୍ତରପ୍ରଦେଶ ହୋଇଥିବା ବେଳେ ସେ କେଆର ପୁରାର କୋଡିଗେହଲ୍ଲିରେ ରହୁଥିଲେ । ତାଙ୍କ ବାପା ବାୟୁସେନାର ଜଣେ ଅବସରପ୍ରାପ୍ତ କର୍ମଚାରୀ । ଦିବ୍ୟାଂଶୁ ଓ ତାଙ୍କର ୩ ଜଣ ସାଙ୍ଗ ବନ୍ଧୁ ମୋନିକାଙ୍କ ଫ୍ଲାଟ୍‌କୁ ଯାଇଥିଲେ । ଫ୍ଲାଟ୍‌ରେ ନୂଆବର୍ଷ ପାଇଁ ଉତ୍ସବ ମନାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

Leave A Reply

Your email address will not be published.