Latest Odisha News

BREAKING NEWS

କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ; ଟଳିଲେ ୨ ମାଓବାଦୀ

ଟଳିଲେ ୨ ମାଓବାଦୀ । କମ୍ବିଂ ବେଳେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ । ନବରଙ୍ଗପୁର ଜିଲ୍ଲା ରାଇଘରରେ ଏନକାଉଣ୍ଟର । ଦୀର୍ଘ ସମୟ ହେବ ଚାଲିଥିଲା ଗୁଳି ବିନିମୟ ।

ଆଜି ସକାଳୁ ସକାଳୁ ନବରଙ୍ଗପୁର ଜିଲ୍ଲା ରାଇଘରରେ କମ୍ବିଂ ଅପରେସନ କରୁଥିବା ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀମାନେ ୨ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ବର୍ତ୍ତମାନ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଗ୍ରୋନେଡ ଓ ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଅପରପକ୍ଷରେ ଜଙ୍ଗଲରେ ୪୦ରୁ ୫୦ ଜଣ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.