Latest Odisha News

ସୀମାରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ସହିଦ, ୪ ଆହତ

କୁପଓ୍ବାଡା: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ଆତଙ୍କୀକ ଉପଦ୍ରବ ଟିକିଏ କମିଥିଲା ବେଳେ ଏବେ ପୁଣି ତେଜିଛି ଆତଙ୍କୀ ହମଲା । ସେପଟେ ବର୍ଷା ଦିନ କାରଣରୁ ଆତଙ୍କୀଙ୍କ ଉତ୍ପାତ ଅଧିକ ମାତ୍ରାରେ ବଢିଛି । ଆଜି ସକାଳେ ପୁଣି ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହିତ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଜମ୍ମୁ କାଶ୍ମୀର କୁପଓ୍ବାଡା ଜିଲ୍ଲାରେ ମାଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ହମଲା କରିଥିଲେ ପାକିସ୍ତାନ ବର୍ଡର ଆକ୍ସନ ଟିମ ବା ବାଟ୍ ର ଆତଙ୍କବାଦୀ । ଯାହାର କଡା ଜବାବ ଦେଇଛନ୍ତି ଭାରତୀୟ ସେନା । ଯେଉଁଥିରେ  ଜଣେ ଆତଙ୍କବାଦୀ ନିହତ ହୋଇ ଥିବାବେଳେ ଆମର ୫ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଯବାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯବାନ ଶହୀଦ ହୋଇଛନ୍ତି ।

 

Comments are closed.