ନୂଆଦିଲ୍ଲୀ: ଭାରତ ଏବେ ଆଜାଦିର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ୩୮ ବର୍ଷ ପରେ ସିୟାଚିନ ଗ୍ଲେସିୟରରୁ ଜଣେ ଯବାନଙ୍କ ଶରୀରର ଅବଶେଷ ମିଳିଛି । ଏହି ଯବାନଙ୍କ ଚିହ୍ନଟ ହୋଇଛି ଏବଂ ତାଙ୍କ ନାମ ଲାନ୍ସ ନାୟକ ଚନ୍ଦ୍ରଶେଖର । ୨୫ ମେ ୧୯୮୪ରେ ବରଫ ଝଡରେ ଜଣେ ଅଫିସରଙ୍କ ସମେତ ୭ ଯବାନ ନିଖୋଜ ହୋଇ ଯାଇଥିଲେ । ମୃତ୍ୟୁ ବେଳକୁ ଚନ୍ଦ୍ରଶେଖରଙ୍କୁ ୨୫ ବର୍ଷ ହୋଇଥିଲା । ଉତରାଖଣ୍ଡରେ ରହୁଥିବା ତାଙ୍କ ପରିବାରବର୍ଗଙ୍କୁ ଅବଶେଷ ପ୍ରଦାନ କରାଯାଇଛି । ସିୟାଚିନରେ ପାକିସ୍ତାନ ଉପରେ ଭାରତୀୟ ଯବାନ ନଜର ରଖିଥାନ୍ତି । ଏଠାରେ ବରଫ ଝଡ ଏବଂ ହିମ ସ୍ଖଳନ ଯବାନ ପାଇଁ ସବୁଠାରୁ ବଡ ବିପଦ ଭାବେ ପରିଗଣିତ ହୋଇଥାଏ । ଏଠାରେ ଡ୍ୟୁଟି କରୁଥିବା ପ୍ରତ୍ୟେକ ଯବାନଙ୍କୁ ଆର୍ମି ନମ୍ବର ଥିବା ଏକ ଆଲମ୍ୟୁନିୟମର ଆଇଡେଂଟି ଡିସ୍କ ପିନ୍ଧା ଯାଇଥାଏ । ଏଥିରୁ ଚନ୍ଦ୍ରଶେଖରଙ୍କ ଚିହ୍ନଟ ହୋଇପାରିଥିଲା । ୧୯୮୪ ପରଠାରୁ ଭାରତ ଏବଂ ପାକିସ୍ତାନର ୨୦୦୦ରୁ ଅଧିକ ସୈନିକ ଜୀବନ ହରାଇ ସାରିଛନ୍ତି ।
BREAKING NEWS
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
- କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ
- Government new rules ସାବଧାନ!ରାସ୍ତାରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା
Comments are closed.