Latest Odisha News

BREAKING NEWS

ପୁରୀ ଗଜପତି ମହାରାଜାଙ୍କୁ ଭେଟିଲେ ଆମିକସକ୍ୟୁରୀ ଓ ସଲିସିଟର ଜେନେରାଲ

ଭୁବନେଶ୍ୱର/ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଣଜୀତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେତା ଶନିବାର ସକାଳେ ପୁରୀରେ ପହଞ୍ଚିଛନ୍ତି ।

ଦୁହେଁ ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ଆଜି ପୁରୀରେ ପହଞ୍ଚିଛନ୍ତି । ଏଥିସହିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ)ର ମୁଖ୍ୟ ପ୍ରଶାସକ କୃଷ୍ଣ କୁମାର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ଓ ଡିଆଇଜି ଆଶିଷ କୁମାର ସିଂହଙ୍କ ଉପସ୍ଥିତିରେ ଦୁହେଁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

ପରବର୍ତ୍ତୀ ସମୟରେ ମନ୍ଦିରର ରୋଷ ଘର, ମେଘନାଦ ପାଚେରୀର ଚତୁଃପାଶ୍ୱର୍ ଏବଂ ଏମାର ମଠର ଉଚ୍ଛେଦ ପ୍ରକ୍ରିୟାକୁ ତର୍ଜମା କରିଥିଲେ ।

ଏହି ନିରୀକ୍ଷଣ ପରେ ସେମାନେ ପୁରୀ ରାଜ ପ୍ରସାଦ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ସାକ୍ଷାତ କରିଥିଲେ । ପରେ ଏସଜିଟିଏ କାର୍ଯ୍ୟଳୟରେ ଅନୁଷ୍ଠିତ ହେବାକୁ ଥିବା ରୁଦ୍ଧଦ୍ୱାର ବୈଠକରେ ବରିଷ୍ଠ ଜିଲ୍ଲାଧିକାରୀ ଓ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ସମେତ ଉଭୟ ଯୋଗ ଦେବା ନେଇ ଜଣାପଡିଛି ।

Comments are closed.