Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଶନିବାର ଦିନ ଜଳଭଣ୍ଡାରର ୬ଟି ଗେଟକୁ ବନ୍ଦ କରିଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମର ଜଳସ୍ତର ଧିରେଧିରେ କମୁଛି । ଫଳରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ତେବେ ଆଜି ସକାଳ ୯ଟା ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୬୨୫.୨୭ ଘନ ଫୁଟକୁ ଛୁଇଁଥିଲା । ଏହା ମଧ୍ୟକୁ ସେକେଣ୍ଡ ପିଛା ୧,୭୧,୪୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧,୫୮,୭୪୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଳଭଣ୍ଡାରର ୧୨ଟି ସୁଇସ୍ ଗେଟ୍ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ଆଜି ୬ଟି ଗେଟକୁ ବନ୍ଦ କରିଦିଆଯାଇଥିଲା ।

Leave A Reply

Your email address will not be published.