Latest Odisha News

BREAKING NEWS

ପାକିସ୍ଥାନରେ ନିଷେଧ ବଲିଉଡର ଏହି ଚଳଚ୍ଚିତ୍ର, ଜାଣନ୍ତୁ …

ମୁମ୍ବାଇ: ବଲିଉଡର ଏପରି ଅନେକ ଚଳଚ୍ଚିତ୍ର ଅଛି ଯାହାକୁ ପାକିସ୍ତାନ ଦେଶରେ ବ୍ୟାନ କରିଛି l ଏଥିରେ କିଛି ବିଷୟବସ୍ତୁ ଏପରି ଥିଲା ଯାହାକୁ ସେଠାକାର ଲୋକେ ପସନ୍ଦ କରୁନଥିଲେ l ଏପରିକି ସେହି ଚଳଚ୍ଚିତ୍ରଗୁଡ଼ିକ ସେଠାରେ ପ୍ରଦର୍ଶିତ ମଧ୍ୟ ହୋଇନଥିଲା l ଦେଖିବାକୁ ଗଲେ ଭାରତରେ ପାକିସ୍ତାନୀ ଶୋ ଦେଖିବାକୁ ଅନେକ ଲୋକ ପସନ୍ଦ କରନ୍ତି l କିନ୍ତୁ ଭାରତର କିଛି ଏପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଅଛି ଯାହାକୁ ପାକିସ୍ତାନରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ରାଜିରେ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଜଣେ ଭାରତୀୟ ଗୁପ୍ତଚରଙ୍କ କାହାଣୀ ଦେଖାଯାଇଛି ଯିଏ ବିବାହ କରି ପାକିସ୍ତାନ ଯାଇଛି l ଏହି ଚଳଚ୍ଚିତ୍ରକୁ ସେଠାରେ ନିଷେଧ କରାଯାଇଛି l

ଆର ବାଲ୍କିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପ୍ୟାଡମ୍ୟାନ’ଙ୍କୁ ମଧ୍ୟ ପାକିସ୍ତାନରେ ନିଷେଧ କରାଯାଇଥିଲା l କୁହାଯାଉଥିଲା ଯେ ଏହି ଚଳଚ୍ଚିତ୍ରଟିରେ ସେଠାକାର ସଂସ୍କୃତି ବିରୁଦ୍ଧରେ କିଛି ଚିତ୍ର ଦେଖାଯାଇଛି l ତେଣୁ ଏହାକୁ ସେଠାରେ ନିଷେଧ କରାଯାଇଛି l

ଆନନ୍ଦ ଏଲ୍ ରାୟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ରାଂଝଣାରେ ମୁସଲମାନ ଝିଅ ସହ ଜଣେ ହିନ୍ଦୁ ପୁଅର ଏକ ପାଖିଆ ପ୍ରେମ ସମ୍ପର୍କ ଦେଖିବାକୁ ମିଳିଥିଲା l କିନ୍ତୁ ନାୟିକା ଜଣଙ୍କ ଅନ୍ୟ ଏକ ହିନ୍ଦୁ ପୁଅକୁ ପ୍ରେମ କରୁଥିଲା l ଏହି ଚଳଚ୍ଚିତ୍ରରେ ସୋନମ କପୁର, ଧନୁଷ ଏବଂ ଅଭୟ ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରକୁ ମଧ୍ୟ ପାକିସ୍ତାନରେ ନିଷେଧ କରାଯାଇଥିଲା।

ସେହିପରି ଅଭିନୟ ସିହ୍ନାଙ୍କ ନିର୍ଦ୍ଦେଶିତ ଫିଲ୍ମ ମୁଲ୍କରେ ମୁଖ୍ୟ ଭୂମିକାରେ ରିଷି କପୁର, ତାପସୀ ପନ୍ନୁ ଏବଂ ଆଶୁତୋଷ ରାଣା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଏକ ଭାରତୀୟ ମୁସଲମାନ ପରିବାରର କାହାଣୀ ଚିତ୍ରିତ ହୋଇଛି ଯାହାର ସମ୍ପର୍କ ପାକିସ୍ତାନ ସହିତ ଅଛି, ଯେଉଁଥିପାଇଁ ତାଙ୍କୁ ବହୁତ ହଇରାଣ କରାଯାଇଛି l ଏହି କାରଣରୁ ପାକିସ୍ତାନରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଫିଲ୍ମ ନିର୍ଜା ଏୟାର ହୋଷ୍ଟେସୀ ନୀରଜା ଭନୋଟଙ୍କ ବଳିଦାନ ଉପରେ ଆଧାରିତ ଏକ ସତ୍ୟ କାହାଣୀ ଅଟେ l ଏହି ଚଳଚ୍ଚିତ୍ରରେ ସୋନମ କପୁର ନୀରଜା ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ପାକିସ୍ତାନକୁ ଭୁଲ ଢଙ୍ଗରେ ଦେଖାଯାଇଥିବା ଅଭିଯୋଗ ରେ ଏହା ଉପରେ ପାକିସ୍ଥାନ ପ୍ରତିବନ୍ଧକ ଲଗାଇଥିଲା ।

କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଏକ ଥା ଟାଇଗର’ ଚଳଚ୍ଚିତ୍ରରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଆଇଏସ୍ଆଇ ଅଧିକାରୀ କ୍ୟାଟ୍ରିନା କୈଫଙ୍କ ପ୍ରେମରେ ପଡିଥିବା ଆରଏଡବ୍ଲୁ ଏଜେଣ୍ଟଙ୍କ କାହାଣୀ ଚିତ୍ରିତ ହୋଇଛି। ଏହି ଚଳଚ୍ଚିତ୍ରକୁ ପାକିସ୍ତାନରେ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି l

ଅନିଲ ଶର୍ମାଙ୍କ ଫିଲ୍ମ ‘ଗଦର: ଏକ ପ୍ରେମ କଥା’ରେ ସନି ଦେଓଲ ଏବଂ ଅମିଶା ପଟେଲ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପାକିସ୍ଥାନ ଏବଂ ଭାରତ ବିଭାଜନ ସମୟର କାହାଣୀ ଏହି ଫିଲ୍ମରେ ପ୍ରଦର୍ଶିତ ହୋଇଛି l ପରେ ଜଣେ ଭାରତୀୟ ଯୁବକ ଏକ ପାକିସ୍ତାନୀ ଯହିଁ ଝିଅକୁ ଭଲ ପାଇବସିଛି । ଏହି ଚଳଚ୍ଚିତ୍ରକୁ ମଧ୍ୟ ପାକିସ୍ତାନରେ ସମ୍ପୂର୍ଣ ଭାବରେ ନିଷେଧ କରାଯାଇଥିଲା।

Comments are closed.