Latest Odisha News

BREAKING NEWS

ବିଜ୍ଞାନ ଯୁଗରେ ଆଜିବି ରହସ୍ୟ ହୋଇ ରହିଛି ଏହିସବୁ କଥା…

ଭୁବନେଶ୍ୱର: ସମୟ ସହ ପାଦଦେଇ ବିଜ୍ଞାନ ଅଗ୍ରଗତି କରି ଚାଲିଛି । ବିଜ୍ଞାନ ଆଜି ସେହିସ୍ଥାନରେ ପହଞ୍ଚି ସାରିଛି ସେ କୌଣସି କଥା ଆଉ ଅସମ୍ଭବ ଲାଗୁନାହିଁ । ସେ ଜହ୍ନ ରାଇଜର ପାଦ ଥାପିବା ହେଉ କି ଆକାଶରେ ଉଡିବା ହେଉ ।

ତେବେ ବିଜ୍ଞାନ ଓ ବୈଜ୍ଞାନିକଙ୍କ ଏତେ ସଫଳତା ପରେ ଆଜି ମଧ୍ୟ ଅନେକ କଥା ରହସ୍ୟ ହୋଇ ରହିଯାଇଛି ।

ଆସନ୍ତୁ ଜାଣିବା ସେହିଭଳି କିଛି କଥା…

ଏତେ ଗବେଷଣା ପରେ ବି ବୈଜ୍ଞାନିକ ମାନେ ଡାଇନୋସରର ପ୍ରକୃତ ରଙ୍ଗ ବିଷୟରେ ଆଜି ବି ଜାଣି ପାରିନାହାନ୍ତି ।

ଶୁକ୍ର ଗ୍ରହରେ ଗୋଟିଏ ଦିନର ଅବଧି ପୃଥିବୀର ଗୋଟିଏ ବର୍ଷର ଅବଧି ସହ ସମାନ ହୋଇଥାଏ ।

ବାୟୁମଣ୍ଡଳର ତାପମାତ୍ରା ଯେତେ କମ ହେଲେ ମଧ୍ୟ ଗ୍ୟାସୋଲିନ କେବେବି ଜମି ନଥାଏ ।

ଯଦି ଆପଣ କେବେ କୌଣସି ସିଧା ଛିଡା ହୋଇଥିବା ପାହାଡ ଉପରେ ଚଢ଼ିବେ ତ ଆପଣଙ୍କ ଆଣ୍ଠୁ ଉପରେ ଆପଣଙ୍କ ଶରୀର ଓଜନର ୩ ଗୁଣ ଚାପ ରହିବ ।

ବିପରୀତ ଦିଗରେ ଥିବା କୌଣସି ବସ୍ତୁ ସହ ଧକ୍କା ନ ହେବା ପର୍ଯ୍ୟନ୍ତ ପବନର କିଛି ବି ଶବ୍ଦ ନଥାଏ ।

ବୃହସ୍ପତି ଗ୍ରହର ଆକାର ଏତେ ବଡ଼ ଯେ, ଯଦି ସୌର ମଣ୍ଡଳର ସମସ୍ତ ଗ୍ରହକୁ ଏକାଠି କରାଯାଏ ତାହାର ଆକାର ମଧ୍ୟ ବୃହସ୍ପତି ଠାରୁ କମ ହେବ ।

୧୯୯୨ ମସିହା ଅକ୍ଟୋବର ମାସରେ ଲଣ୍ଡନ ଆକାରର ଏକ ବରଫଖଣ୍ଡ ଭାଙ୍ଗି ଆଣ୍ଟର୍ଟିକାରୁ ଅଲଗା ହୋଇଯାଇଥିଲା । ପରେ ଏହା କଣ ହେଲା ତାହା ଏଯାଏଁ ରହସ୍ୟ ।

ବିଶ୍ୱର ସବୁଠୁ ଭାରି ଧାତୁ ଅସମୀୟମ ଅଟେ । ଏହାର ୨ ଫୁଟ ଲମ୍ବା, ଚୌଡା, ଉଚ୍ଚତା ଆକାରର ଏକ ଖଣ୍ଡ ଏକ ହାତୀର ଓଜନ ସହ ସମାନ ହୋଇଥାଏ ।

ପାଣିରୁ ବରଫ ପାଲଟୁଥିବା ସମୟରେ ଏହାର ୧୦ ପ୍ରତିଶତ ପାଣି ଉପରକୁ ଉଡି ଯାଇଥାଏ । ସେଥିପାଇଁ ଘର ଫ୍ରିଜର ଟ୍ରେ ରେ ବରଫ ବସିଥାଏ ।

Leave A Reply

Your email address will not be published.