Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ; ବିଶ୍ୱର ସବୁଠାରୁ ଲମ୍ବା କାର୍‌, ଯାହା ଉପରେ ଅବତରଣ କରୁଛି ହେଲିକ୍ୟାପ୍ଟର !

ଭୁବନେଶ୍ୱର: ଯୁଗ ଯେତିକି ଆଗକୁ ଯାଉଛି ଟେକ୍ନୋଲୋଜି ମଧ୍ୟ ସେତିକି ସୁଦୃଢ଼ ହୋଇ ହୋଇ ଯାଉଛି।

କାର ଚଲାଇବା କାହାର ବା ପସନ୍ଦ ନୁହେଁ । ଯାହା ପାଖରେ ଯେତେ ଟଙ୍କା ଅଛି ସେମାନେ ସେତେ ଅଧିକ ସୁଖସୁବିଧା ଯୁକ୍ତ ଗାଡି ଚଳାଇବାକୁ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ କାର ସମ୍ପର୍କରେ ଯାହାର ଫିଚରସ୍ ସମ୍ପର୍କରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି କାରଟି ବିଶ୍ୱର ସବୁଠୁ ଲମ୍ବା କାର ଭାବେ ଜଣାଯାଏ । ଏହାର ନାମ ‘ଆମେରିକାନ୍‌ ଡ୍ରିମ୍‌’। ଏହି କାରର ଲମ୍ବ ୧୦୦ ଫୁଟ୍‌ ବା ୩୦ ମିଟର।

ଏହି କାର୍‌ରେ ରହିଛି ଏଜ ହେଲିପ୍ୟାଡ୍‌ । ଯେଉଁଥିରେ ଏକ ହେଲିକ୍ୟାପ୍ଟର ଅବତରଣ କରିପାରିବ । କେବଳ ସେତିକି ନୁହେଁ ବିଭିନ୍ନ ଅତ୍ୟାଧୁନିକ ସୁବିଧା ମାନ ଉପଲବ୍ଧ ଥିବା ଏହୂ କାରରେ ରହିଛି ସ୍ୱିମିଙ୍ଗ ପୁଲ ଯାହା ଏହାକୁ ଅନ୍ୟମାନଙ୍କଠାରୁ ଭିନ୍ନ ଦର୍ଶାଉଛି।

ଏହାଛଡା ଏହି କାରଟି ଉଭୟ ପଟୁ ଚାଲିପାରେ। ଏହାର ଆଗ ଓ ପଛ ଉଭୟ ପାଖରେ ଷ୍ଟୟରିଂ ରହିଛି। କାର୍‌ଟି ବହୁତ ଲମ୍ବା ହୋଇଥିବାରୁ ବୁଲାଇବାରେ ସମସ୍ୟା ହେବା ଆଶଙ୍କା କରି ଏଥିରେ ଏଭଳି ଫିଚର ଦିଆଯାଇଥିବା କୁହାଯାଏ । ଏହି କାର୍‌ରେ ୨୬ଟି ଚକ ରହିଛି। ।

(ଭିଡ଼ିଓ ସୌଜନ୍ୟ: ବ୍ରାନା ପ୍ରେସ)

Leave A Reply

Your email address will not be published.