Latest Odisha News

BREAKING NEWS

Bombs Hurled: ଲଜ୍ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍

ପୁରୀ: ଦିନକୁ ଦିନ ବଢିଚାଲିଛି ଗୁଣ୍ଡାରାଜ୍। ପୁରୀରେ କିଛି ଦୁର୍ବୃତ୍ତ ଖେଳାଇଛନ୍ତି ଆତଙ୍କ। ଗତକାଲି ରାତିରେ ପୁରୀରେ ହଠାତ୍ ଲଜ୍ ଉପରକୁ ବୋମାମାଡ କରିଛନ୍ତି କିଛି ଦୁର୍ବୃତ୍ତ। ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଲାଇଟ୍ ହାଉସ ପଛପଟେ ଥିବା ସବିତା ଘର ଲଜ୍ ଉପରକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁସାରେ ଦୁଇଜଣ ଦୁର୍ବୁତ୍ତ ସ୍କୁଟିରେ ଆସି ତିନୋଟି ବୋମାମାଡ କରି ଫେରାର ହୋଇଯାଇଛନ୍ତି। ବୋମାମାଡରେ ଲଜ୍ ର କବାଟ ଝରକା ସବୁ ଗୁଣ୍ଡ ହୋଇଯାଇଛି। ତେବେ ଘଟଣାରେ ଲଜରେ ଥିବା କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନାହିଁ। ଭୟଭୀତ ଅବସ୍ଥାରେ ଅଛନ୍ତି ଲଜରେ ଥିବା ଯାତ୍ରୀ। ଅନ୍ୟପଟେ ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ବୋମାମାଡର କାରଣ ଅସ୍ପଷ୍ଟ ରହିଛି।

Comments are closed.