Latest Odisha News

BREAKING NEWS

‘ପରୀ’କୁ ନ୍ୟାୟ ମିଳିବା ଦରକାର: ପିସିସି ପ୍ରଭାରୀ

ଭୁବନେଶ୍ୱର: ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ କଂଗ୍ରେସ ବିଧାୟକଙ୍କ ମତଭେଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପିସିସି ପ୍ରଭାରୀ ଏ. ଚେଲ୍ଲା କୁମାର । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । କଂଗ୍ରେସ ଭବନରେ ଏହି ବୈଠକ ବସିଥିଲା ।

ବୈଠକ ପରେ ପିସିସି ପ୍ରଭାରୀ କହିଛନ୍ତି, ଏହି ଘଟଣାରେ ଦଳର ବିଧାୟକଙ୍କ ମଧ୍ୟରେ କିଛି ମତଭେଦ ଥିଲା । ଏବେ ମତଭେଦ ଦୂର ହୋଇଛି ।ଏହି ଘଟଣାରେ ରାଜନୀତି ନହୋଇ ପରୀକୁ ନ୍ୟାୟ ମିଳିବା ଦରକାର । ସିବିଆଇ ଅନେକ ଘଟଣାର ତଦନ୍ତ କରୁଛି । କିନ୍ତୁ ଫଳ ଶୂନ ବୋଲି କହିଛନ୍ତି ପିସିସି ପ୍ରଭାରୀ ।

ବିଧାନସଭାରେ ପରୀ ହତ୍ୟା ମାମଲାର ତଦନ୍ତକୁ ନେଇ ବିଧାୟକଙ୍କ ଭିତରେ ମତଭେଦ ଥିବା ନେଇ ଚର୍ଚ୍ଚା ହୋଇଥିଲା । କଂଗ୍ରେସ ଗୃହରେ ଏସଆଇଟି ତଦନ୍ତ ଦାବି କରିଥିଲା । ଯାହାକୁ ମାନିଥିଲେ ସରକାର । କଂଗ୍ରେସ ଦାବିକୁ ସରକାର ମାନିଥିବାରୁ ଏହାକୁ ଐତିହାସିକ ବୋଲି କହିଥିଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । କିଛି ବିଧାୟକ ଅସନ୍ତୋଷ ବି ପ୍ରକାଶ କରିଥିଲେ ।

Leave A Reply

Your email address will not be published.