Latest Odisha News

ଜୀବନବିମା ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ?

ବାଲେଶ୍ୱର: ଭୋଗରାଇ ବ୍ଳକ ଅନ୍ତର୍ଗତ ବେଲଦା ଗ୍ରାମରେ ରବିବାର ଜଣେ ବୃଦ୍ଧା ଘର ଭିତରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି।୭୦ ବର୍ଷ ବୟସ୍କା ଲକ୍ଷ୍ମୀଦେବୀଙ୍କ ମୃତଦେହ ଘର ବାରଣ୍ଡାରେ ଅଧା ପୋଡ଼ି ହୋଇ ରହିଥିବା ଦେଖିବାକୁ ମିଳିଥିଲା।

ମୃତକଙ୍କ ପୁଅ ଶମ୍ଭୁନାଥଙ୍କ କହିବାନୁସାରେ, ପାରିବାରିକ କଳହକୁ ନେଇ ତାଙ୍କ ମାଆ ଆତ୍ମହତ୍ୟା କରିଛନ୍ତି। ଅପରପକ୍ଷେ ଗ୍ରାମବାସୀ ଅଭିଯୋଗ କରିଛନ୍ତି, ୬ ଲକ୍ଷରୁ ଊର୍ଦ୍ଧ୍ୱ ଜୀବନବୀମା ଟଙ୍କାକୁ ନେଇ ଶମ୍ଭୁନାଥ ତାଙ୍କ ମାଆଙ୍କୁ ପୋଡି ହତ୍ୟା କରିଛନ୍ତି। ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।

ଆମେ ସବୁ ଦିଗରୁ ମାମଲାର ତଦନ୍ତ କରୁଛୁ। ମୃତ୍ୟୁର କାରଣ ଜାଣିବା ପାଇଁ ଆମେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ରିପୋର୍ଟକୁ ଅପେକ୍ଷା କରିଛି।

Comments are closed.