Latest Odisha News

BREAKING NEWS

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି । ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି । ଦର ଦାମ ବୃଦ୍ଧି ତା ସାଙ୍ଗକୁ ସିଲିଣ୍ଡର ଦାମ ବୃଦ୍ଧି ଯୋଗୁଁ ଚିନ୍ତାରେ ଉପଭୋକ୍ତା । 

ଏହାପୂର୍ବରୁ ଫେବୃଆରୀ ୪ ତାରିଖରେ ୨୫ ଟଙ୍କା, ୧୪ ତାରିଖରେ ୫୦ ଟଙ୍କା ବୃଦ୍ଧି ପାଇଥିଲା । ଫେବୃଆରୀ ୨୫ ତାରିଖରେ ପୁଣି ୨୫ ଟଙ୍କା ବଢିଥିଲା । ୫ଦିନ ପରେ ପୁଣି ୨୫ ଟଙ୍କା ବଢି ମାସେ ମଧ୍ୟରେ ୧୦୦ ଟଙ୍କା ବଢିଥିଲା । ଚଳିତ ମାସ ଆରମ୍ଭରେ ପୁଣି ବଢି ସିଲିଣ୍ଡର ଦାମ ୧୨୫ ଟଙ୍କା ବୃଦ୍ଧି ପାଇଛି । ଡିସେମ୍ବରରେ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ହୋଇଥିଲା ।

ବର୍ତ୍ତମାନ ୧୪.୨ କିଲୋ ନନ ସବସିଡି ସିଲିଣ୍ଡର ପାଇଁ ଆହୁରି ୨୫ ଟଙ୍କା ଦେବାକୁ ହେବ । ନୂଆ ଦାମ ଆଜିଠାରୁ ଲାଗୁ ହେବ । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି । ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି । କୋଲକାତାରେ ୮୪୫.୫୦ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୮୩୫ ଟଙ୍କା ହୋଇଛି ।

ପ୍ରତି ମାସ ପ୍ରଥମ ତାରିଖରେ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପରିବର୍ତ୍ତନ ହୋଇ ନୂଆ ଦାମ ଲାଗୁ ହୋଇଥାଏ । 

Leave A Reply

Your email address will not be published.