Latest Odisha News

BREAKING NEWS

ପୁରୀରେ ନୃଶଂସକାଣ୍ଡ: ଦାଦାର ଛୁରାମାଡରେ ପୁତୁରା ଗୁରୁତର, ଅଭିଯୁକ୍ତ ଅଟକ

ପୁରୀ : ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ନାଲି ପଡିଆରେ ଅଭାବନୀୟ ଘଟଣା ଘଟିଛି  । ନୃଶଂସ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର ଆହତ ହୋଇଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଆହତ ପୁତୁରା ଗଞ୍ଜାମ ଜିଲ୍ଲାର ଶିବ ବେହେରା ବୋଲି ଜଣାପଡିଛି  । ଶିବ ନିଜ ପରିବାର ସହ ବଳିଆପଣ୍ଡା ଥାନା ନାଲି ପଡ଼ିଆଠାରେ ଏକ ଭଡ଼ା ଘରେ ରହୁଥିଲେ। ଶିବଙ୍କ ଦାଦା ଶଙ୍କର ବେହେରା ମଧ୍ୟ ପୁରୀରେ ରହୁଥିଲେ  । ଶିବ ଶ୍ରମିକ ଭାବେ କାମ କରି ନିଜ ପେଟ ପୋଷୁଥିଲେ  ।

ଗତକାଲି ରାତିରେ ଦାଦା ଶଙ୍କର ବେହେରା ସହ ଶିବଙ୍କର କୌଣସି କାରଣକୁ ନେଇ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦାଦା ଭୁଜାଲିରେ ଶିବଙ୍କ ପେଟକୁ ଭୂଷି ଦେଇଥିଲେ  । ପରେ  ଶିବଙ୍କ  ଚିତ୍କାର ଶୁଣି ପରିବାର ଲୋକ ଦୌଡ଼ି ଆସିଥିଲେ। ସେତେବେଳେ ଶଙ୍କର  ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହାପରେ ପରିବାର ଲୋକେ ଶିବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିବଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି  । ସେପଟେ ଏନେଇ ଶିବଙ୍କ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି  ।  ପୋଲିସ ଅଭିଯୁକ୍ତ ଶଙ୍କରକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି  ।

Leave A Reply

Your email address will not be published.