Latest Odisha News

BREAKING NEWS

ରାସ୍ତା ଉପରେ ଜଳିଗଲା ବିଏମସି ସଫେଇ ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭୁବନେଶ୍ବର: ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା ବିଏମସି ଗାଡି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ । ରାସ୍ତା ସଫା କରୁଥିବାବେଳେ ହଠାତ୍ ସଫେଇ ଗାଡିରେ ନିଆଁ ଲାଗି ଯାଇଥିଲା । ଗାଡିରେ ନିଆଁ ଲାଗି ଯାଇଥିବା ଦେଖି ଡ୍ରାଇଭର ଜଣ ତୁରନ୍ତ ଗାଡିରୁ ଓହ୍ଲାଇ ଆସିଥିଲେ  । ପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା ।

Leave A Reply

Your email address will not be published.