Latest Odisha News

BREAKING NEWS

ଭୁଲିଗଲା ରକ୍ତ ସମ୍ପର୍କ; ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ପୁଅ

ବଲାଙ୍ଗୀର: ଜମିବାଡ଼ି ବିବାଦ ସାଜିଲା କାଳ ବାପା ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜନ୍ମ କଲା ପୁଅ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋର୍ଲୋ ଗାଁରେ । ମୃତ ବ୍ୟକ୍ତିଙ୍କ ପରିଚୟ ଗୋପୀନାଥ ଭରାସାଗର ବୋଲି ଜଣା ପଡିଛି । ଅମାନୁଷିକ କାଣ୍ଡ ଘଟାଇ ଫେରାର ହୋଇଯଆଇଛି ପୁଅ ମୋହନ ଭରାସାଗର ।

ଖବର ମୁତାବକ, ଗୋପୀନାଥ ଓ ତାଙ୍କ ପୁଅ ମଧ୍ୟରେ ଜମିବାଡିକୁ ନେଇ ବଚସା ଆରମ୍ଭ ହୋଇଥିଲା । ଏହା ସମୟ କ୍ରମେ ବୃଦ୍ଧି ପାଇ ଝଗଡା ରୂପ ନେଇଥିଲା । ପରେ ମୋହନ ରାଗିଯାଇ ପେଟ୍ରୋଲ ଆଣି ବାପାଙ୍କ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା । ଏହାପରେ ମୋହନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହି ଘଟଣା ବିଷୟରେ ଜାଣିପାରି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରୁଛି ।

Comments are closed.