Latest Odisha News

BREAKING NEWS

କଳିଯୁଗ ପୁଅ ! ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା…

ନୂଆପଡା: ନୂଆପଡା ଜିଲ୍ଲା ବେଲଟୁକୁରି ଥାନା କୁରୁମୁଣ୍ଡା ଗାଁରେ କରୁଣ ଦୃଶ୍ୟ । ଜନ୍ମକଲା ବାପାକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କଲା ପୁଅ । ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା। ରବିବାର ପୂର୍ବାହ୍ନରେ ବେଲଟୁକୁରି ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ତୁଲାରାମ ବାରିହା (୩୬)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ଖବରମୁତାବକ, ଗତକାଲି ମଧ୍ୟାହ୍ନରେ କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଜମିବାଡିକୁ ନେଇ ବଚସା ହୋଇଥିଲା । ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ପିଟି ପିଟି ହତ୍ୟା କରିଥିଲା । ଚାଷଜମିରେ ବାପାଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲା

ଏନେଇ ପୋଲିସ ଅଧିକ ଛାନଭିନ୍ କରୁଛି ।

 

Comments are closed.