ବାରିପଦା: ବାପାମାଆଙ୍କୁ ହାଣି ନିର୍ମମ ହତ୍ୟାକଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଧାନପାଳ ଗାଁରେ । ମୃତକ ହେଲେ ହାଡିବନ୍ଧୁ ସାହୁ (୮୫) ଓ ତାଙ୍କ ପତ୍ନୀ ଶାନ୍ତିଲତା ସାହୁ । ଘର ବାରଣ୍ଡାରେ ପଡ଼ିଛି ବାପାମାଆଙ୍କ ମୃତଦେହ ।
ତେବେ ନିଶାଗ୍ରସ୍ତ ହୋଇ ହତ୍ୟାକାରୀ ପୁଅ ହିମାଂଶୁ ବିଳମ୍ବିତ ରାତିରେ ଏଭଳି ଉନ୍ମତ୍ତ କାଣ୍ଡ ଘଟାଇଥିବା ସୂଚନା ରହିଛି । ଏବେବି ଘର ବାରଣ୍ଡାରେ ବେହୋସ ପଡ଼ିଛି ପୁଅ ହିମାଂଶୁ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ, ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Comments are closed.